Posted inଖେଳ

ପୁଣି ଶତକରୁ ବଞ୍ଚିତ ହେଲେ ଗିଲ୍‌

ମହୀଶୂର, ୧୭।୯ (ପି.ଟି.)- ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିମା ରାଜ ଓ୍ବାଡିୟାର ଗ୍ରାଉଣ୍ଡରେ ଘରୋଇ ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ-ଏ ପ୍ରଥମ ଇନିଂସରେ ୭୪ ଓଭରରେ ୩ ଉଇକେଟ୍‌ ହରାଇ ୨୩୩ ରନ୍‌ ସଂଗହ କରିଛି। ପ୍ରାରମ୍ଭରୁ ଭାରତ-ଏ ଓପନର୍‌ ଅଭିମନ୍ୟୁ ଈଶ୍ୱରନ ଓ ୩ ନମ୍ବର ସ୍ଥାନରେ ଆସିଥିବା ପ୍ରିୟଙ୍କ ପଞ୍ଚାଲଙ୍କ ଉଇକେଟ୍‌ ହରାଇଥିଲା। ଘରୋଇ କ୍ରିକେଟ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ କିନ୍ତୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ବେଙ୍ଗଲ ଡାହାଣହାତୀ ବ୍ୟାଟ୍ସମ୍ୟାନ ଈଶ୍ୱରନ ୫ ଓ ଗୁଜରାଟର ପଞ୍ଚାଲ ୬ ରନ କରିଥିଲେ। ତେବେ ଉଦୀୟମାନ ପଞ୍ଜାବ ବ୍ୟାଟ୍ସମ୍ୟାନ ତଥା ସିନିୟର ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଶୁବମନ ଗିଲ୍‌ ଓ କରୁଣ ନାୟାରଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ-ଏ ପ୍ରଥମ ଦିବସରେ ସମ୍ମାନରକ୍ଷା କରିବାରେ ସମର୍ଥ ହୋଇଥିଲା। ଗିଲ୍‌ ୯୨ ରନ (୧୩୭ ବଲ୍‌, ୧୨ ଚୌକା, ୧ ଛକା)ର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ୨୦ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଗିଲ୍‌ ଚଳିତ ସିରିଜରେ ୨ୟଥର ପାଇଁ ନର୍ଭସ ନାଇଣ୍ଟିଜର ଶିକାର ହୋଇଛନ୍ତି। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ସେ ୯୦ ରନରେ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ଗିଲ୍‌ ୩ୟ ଉଇକେଟ୍‌ ଯୋଡ଼ିରେ ନାୟାରଙ୍କ ସହ ୧୩୫ ରନର ପାର୍ଟନରଶିପ୍‌ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ତେବେ ନାୟାରଙ୍କ ସହ ଯୋଗଦେଇଥିବା ଅଧିନାୟକ ରିଦ୍ଧିମାନ ଶାହ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ। ମଙ୍ଗଳବାର ଖେଳ ଶେଷବେଳକୁ ନାୟାର ୭୮ (୧୬୭ ବଲ୍‌, ୧୦ ଚୌକା) ଓ ଶାହ ୩୬ (୮୬ ବଲ୍‌, ୫ ଚୌକା) ରନ କରି ଅପରାଜିତ ରହିଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି, ଓ୍ବିଆନ୍‌ ମଲ୍‌ଡର ଓ ଲୁଥୋ ସିପମ୍‌ଲା ଗୋଟିଏ ଲେଖାଏ ଉଇକେଟ୍‌ ନେଇଛନ୍ତି। ଖରାପ ଆଲୋକ ଯୋଗୁ ଖେଳକୁ ୧୪ ଓଭର ପୂର୍ବରୁ ବନ୍ଦ କରି ଦିଆଯାଇଥିଲା। ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ଭାରତ-ଏ ୧-୦ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri