ପୁଣି ରାଗିଲେ ତନୁଶ୍ରୀ, ନାନା ପାଟେକରଙ୍କୁ ଆଶାରାମଙ୍କ ସହ କଲେ ତୁଳନା

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏହା ପରଠାରୁ ସେ ଲଗାତର ନାନାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏବେ ପୁଣି ଥରେ ନାନାଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି। ସେ ନାନାଙ୍କୁ ଆଶାରାମ ବାପୁଙ୍କ ସହ ତୁଳନା କରିଛନ୍ତି। ତାଙ୍କ କହିବା କଥା ଦୁଇଜଣ ଯାକ ଧଳା କୁର୍ତ୍ତା ପିନ୍ଧନ୍ତି। ଉପର ବେଶ୍‌ ସଫା ସୁତରା ଦେଖାଯାଉଥିବା ବେଳେ ଭିତରଟା କଦାକାର।


ସେ ଆହୁରି କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାଇବା ବେଶ୍‌ ସହଜ। ଆପଣଙ୍କୁ କେବଳ ଗାନ୍ଧି ଟୋପି ଏବଂ ଧଳା ପୋଷାକ ପିନ୍ଧିବା ଦରକାର। ତନୁଶ୍ରୀ ନାନାଙ୍କ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ସେହି କେସ୍‌କୁ ପୋଲିସ ବନ୍ଦ କରି ଦେଇଥିଲା। ଏହା ପରେ ତନୁଶ୍ରୀ କହିଥିଲେ, ଯଦି ଆପଣଙ୍କ ପାଖରେ ପଇସା ଅଛି, ତାହେଲେ ଆପଣଙ୍କୁ ନ୍ୟାୟ ଏବଂ ସମ୍ମାନ ଦୁଇଟା ଯାକ ମିଳିବ। ତନୁଶ୍ରୀ ନିର୍ଭୟା କେସ୍‌ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରୁଛନ୍ତି। ଫାଶୀଠାରୁ ଆହୁରି ଭଲ ହେବ ଯଦି ଏମାନଙ୍କୁ ଇଲେକ୍ଟ୍ରି କରେଣ୍ଟ ଦିଆଯିବ।

Share