ପୁଣି ଯୁଦ୍ଧ ଧମକ ଦେଲା ପାକିସ୍ତାନ

ଇସାଲାମାବାଦ,୬।୯:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବାବେଳେ ଦେଶର ସେନା ମୁଖ୍ୟ କମର ଜାଭେଦ୍‌ ବାଜଓ୍ବା ଭାରତ ସହ ଯୁଦ୍ଧ ଧମକ ଦେଇଛନ୍ତି। ସେ କହିଛନ୍ତି, କଶ୍ମୀର ପାକିସ୍ତାନର ଏଜେଣ୍ଡା। ସେଠାରୁ ୩୭୦ ଧାରା ଉଠିବା ଆମ ପାଇଁ ଏକ ଚ୍ୟାଲେଞ୍ଜ୍‌ ଏହାକୁ ଆମେ ଗୁରୁତ୍ୱର ସହ ଗ୍ରହଣ କରୁଛୁ। ପାକିସ୍ତାନ ସୈନ୍ୟ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଲୋକଙ୍କ ପାଇଁ ଲଢି ଚାଲିବେ। ଆମେ ଶାନ୍ତି ଚାହୁଁଛୁ କିନ୍ତୁ ଯଦି ଏହା ସମ୍ଭବ ନ ହୁଏ ତେବେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। କଶ୍ମୀର ଏବେ ହିନ୍ଦୁତ୍ୱର ଶିକାର ହୋଇଛି। କିନ୍ତୁ ଏହା କରିବାକୁ ଦେବୁନି। ଆମେ କଶ୍ମୀରବାସୀଙ୍କୁ କେବେ ଏକୁଟିଆ ଛାଡି ଯିବୁନି ବୋଲି ବାଜଓ୍ବା ମତ ଦେଇଛନ୍ତି।

Share