Categories: ଜାତୀୟ

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦି ମଧ୍ୟ ରାହୁଲଙ୍କୁ ପାଲଟା ଆକ୍ରମଣ କରୁଛନ୍ତି। ଏବେ ପୁଣି ଥରେ ରାହୁଲ ମୋଦିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋଦି କହୁଛନ୍ତି ଭାରତକୁ କଂଗ୍ରେସ ମୁକ୍ତ କରିବା ଦରକାର। ହେଲେ କଂଗ୍ରେସ କେଳବ ଆପଣଙ୍କୁ ହରାଇବାକୁ ଆସିଛି ବୋଲି ପାଲଟା ଜବାବ ଦେଇଛନ୍ତି ରାହୁଲ। କଂଗ୍ରେସ ଜିତିବା ସୁନିଶ୍ଚିତ କିନ୍ତୁ ମୋଦିଙ୍କ ସହ ହିଂସା କରି ନୁହେଁ ବରଂ ଦେଶବାସୀଙ୍କ ଆସ୍ଥା ଭାଜନ ହୋଇ କଂଗ୍ରେସ ବିଜୟଲାଭ କରିବ ବୋଲି ରାହୁଲ କହିଛନ୍ତି।

Share