ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ବାଗତ କରିବା ସହିତ ଏକ ଇନ୍‌ଷ୍ଟାଗ୍ରାମ ଭିଡିଓ ଜରିଆରେ କଡ଼ା ବାର୍ତ୍ତା ଦେଇଛନ୍ତି। ଦେଶର ପରୀକ୍ଷା ବ୍ୟବସ୍ଥାରେ ଏହାକୁ ଏକ ବଡ଼ ସଂସ୍କାର ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ‘ପେପର୍‌ ଲିକ୍‌ ମାଫିଆ’ ଏବଂ ଗ୍ୟାଙ୍ଗ୍‌ଗୁଡ଼ିକୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ। ଅନେକ ଦଶନ୍ଧି ଧରି ଅନେକ କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିପଦରେ ପକାଉଥିବା ଏହି ସମସ୍ୟାର ସମାଧାନ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ଓ କଠୋର ଆଇନଗତ କର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

 

Dharitri – Odisha’s No.1 Odia Daily

Share