Categories: ଜାତୀୟ

ପୁଣି ବିବାଦ ଘେରରେ ଜେଏନ୍‌ୟୁ: ହଷ୍ଟେଲ ଫି’ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ, କ୍ୟାମ୍ପସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୪।୧୧: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ବିବାଦ ଥମିବାରେ ନାଁ ନେଉନି। ଗତ କିଛି ଦିନରୁ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ରମାନେ ଆନ୍ଦୋଳନ କରିଆସୁଛନ୍ତି। ସୋମବାର ମଧ୍ୟ ଛାତ୍ରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ସୋମବାର କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସିଆରପିଏଫ୍‌ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି। ତେବେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳାଧିପତିଙ୍କ ବିରୋଧରେ ନିଖୋଜ ହେବା ନେଇ ଏକ ରିପୋର୍ଟ ବସନ୍ତ କୁଞ୍ଜ ଥାନାରେ ଅଭିଯୋଗ କରିବାକୁ ଯାଉଥିଲେ। ସେହି ସମୟରେ ମୁତୟନ ହୋଇଥିବା ସିଆରପିଏଫ୍‌ ଓ ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲେ। ଏହାପରେ ଛାତ୍ରମାନେ କ୍ୟାମ୍ପସ୍‌ ଭିତରେ ହିଁ ବିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ଏହି ପ୍ରଦର୍ଶନରେ ଏଭିବିପି ବି ସାମିଲ ହୋଇଛି। ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜେଏନ୍‌ୟୁ ପ୍ରଶାସନ। ସେ କହିଛନ୍ତି, ନିୟମ ବିରୋଧରେ ଏହି ଆନ୍ଦୋଳନ କରାଯାଉଛି। ଏହି ନିୟମ ୧୪ବର୍ଷରୁ ଲାଗୁ ହୋଇଛି ବୋଲି ସେ କହିଛନ୍ତି।

Share