ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ): ରାଜ୍ୟରେ ପୁଣି ପିଆଜ ଦର ବଢ଼ିଲା। ପାଖାପାଖି ଦୁଇମାସ ଧରି ପିଆଜ ଦର ଆକାଶଛୁଆଁ ରହିଥିବାବେଳେ କିଛିଦିନ ହେବ ଦର ହ୍ରାସ ପାଇଥିଲା। ଅଳ୍ପ ଦିନର ସାମାନ୍ୟ ଆଶ୍ୱସ୍ତି ପରେ ଏବେ ପୁଣିଥରେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି। ଅନିୟମିତ ବର୍ଷା ଓ ନାଗରିକତ୍ୱ ସଂଶୋଧନ ଆଇନ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇ ପିଆଜ ଦର ବୃଦ୍ଧି ପାଇଥିବା ଓଡ଼ିଶା ବ୍ୟବସାୟ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ସୋମବାର ପିଆଜ ୮୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି। ଯେତିକି ପରିମାଣର ପିଆଜ ରାଜ୍ୟକୁ ଆସିବା କଥା, ସେତିକି ପରିମାଣର ଆସିନାହିଁ। ସେପଟେ ଦୁଇ-ତିନିଦିନ ହେବ ବର୍ଷା ମଧ୍ୟ ଲାଗି ରହିଥିଲା। ତେଣୁ ଅମଳ ବାଧାପ୍ରାପ୍ତ ହୋଇଥିଲା। ଏହାସହ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ସବୁ ସ୍ଥାନରେ ପ୍ରତିବାଦ ହେଉଛି, ଯାହା ଫଳରେ ଆବଶ୍ୟକ ସଂଖ୍ୟକ ଗାଡ଼ି ଯୋଗାଡ଼ ହୋଇପାରୁ ନାହିଁ। ଯେଉଁ ଗାଡ଼ି ବି ଆସୁଛି ତା’ର ଭଡ଼ା ଅଧିକ ହୋଇଯାଇଛି। ପୂର୍ବରୁ ପ୍ରତିଦିନ ୧୨-୧୩ ଗାଡ଼ିରେ ପ୍ରାୟ ୪୦୦ ଟନ୍‌ ପିଆଜ ଆସୁଥିଲା। ହେଲେ ଗତ ଶୁକ୍ରବାର ଦୁଇଟି ଗାଡ଼ି ଆସିଥିବାବେଳେ ଶନିବାର ମାତ୍ର ଗୋଟିଏ ପିଆଜ ଗାଡ଼ି ଆସିଥିଲା। ଏହାଛଡ଼ା ଏହି ସମୟରେ ପିଆଜର ଅଧିକ ଡିମାଣ୍ଡ ମଧ୍ୟ ରହିଛି। କାରଣ ପିକ୍‌ନିକ୍‌ ଋତୁ ସହ ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ ପାଇଁ ଲୋକେ ଅଧିକ ପରିମାଣରେ ପିଆଜ ନେବାକୁ ଚାହୁଁଛନ୍ତି। ଏହି ସବୁ ସମସ୍ୟା ଲାଗି ପିଆଜ ଦର ଅସ୍ଥାୟୀ ଭାବେ ବୃଦ୍ଧି ପାଇଛି। ତେବେ ଆସନ୍ତା ତିନି-ଚାରିଦିନ ଭିତରେ ପିଆଜ ଦର ପୁଣି ଖସି ଆସିବ। ତେଣୁ ସାଧାରଣ ଖାଉଟି ବ୍ୟସ୍ତ ବିବ୍ରତ ନ ହେବାକୁ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଅନିୟମିତ ବର୍ଷା ଫଳରେ ଦେଶରେ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିଲା। ତେଣୁ ବଜାରରେ ପିଆଜର ଅଭାବ ସୃଷ୍ଟି ହୋଇଥିଲା। ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ ଓଡ଼ିଶାକୁ ମୁଖ୍ୟତଃ ପିଆଜ ଆସିଥାଏ। ତେଣୁ ଏହି ସମୟରେ ପିଆଜ ଦର ୧୬୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri