Categories: ଖେଳ

ପୁଣି ବଢ଼ିବ ଆଇପିଏଲ ଦଳ ସଂଖ୍ୟା

ମୁମ୍ବାଇ,୧୪।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ସଂଖ୍ୟା ପୁଣି ଥରେ ବୃଦ୍ଧିପାଇବାର ସମ୍ଭାବନା ସୃଷ୍ଟି ହାଇଛି। ଅହମ୍ମଦାବାଦ୍‌ର ଆଦାନୀ ଗ୍ରୁପ, ପୁଣେର ଆରପିଜି ସଞ୍ଜୀବ ଗୋୟଙ୍କା ଗ୍ରୁପ, ରାଞ୍ଚତ୍-ଜାମସେଦପୁରର ଟାଟାଙ୍କ ସହ ଅନ୍ୟ କିଛି କର୍ପୋରେଟ ହାଉସ ଆଇପିଏଲ ଫ୍ରାଞ୍ଚାଇଜ କିଣିବାକୁ ଇଚ୍ଛୁକ। ଏଣୁ ପୁଣି ଥରେ ଆଇପିଏଲ ଦଳ ସଂଖ୍ୟା ୮ରୁ ୧୦ ବୃଦ୍ଧି କରାଯାଇପାରେ। ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୧ରେ ବିସିସିଆଇ ସମାନ କାର୍ଯ୍ୟ କରିଥିଲା। ବହୁ ବିବାଦ ଉପୁଯିବାରୁ ଦୁଇ ବର୍ଷ ମଧ୍ୟରେ ବିସିସିଆଇ ନିଷ୍ପତ୍ତି ବଦଳାଇଥିଲା। ଏହାସତ୍ତ୍ୱେ ବିସିସିଆଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଦଳ ସଂଖ୍ୟା ବୃଦ୍ଧି କରାଯିବାର ସମୟ ଆସିଯାଇଛି। ଏଥିନେଇ ଟେଣ୍ଡର ପ୍ରକ୍ରିୟା କରାଯିବ। ଆଶା କରୁଛୁ ସବୁ ଠିକ୍‌ ହେବ ଓ ପରବର୍ତ୍ତୀ ସଂସ୍କରଣରେ ଏହା ଲାଗୁ ହୋଇପାରେ। ଦଳ ସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା ଆଗାମୀ ସିଜନରୁ ତିନିଗୁଣା ରାଜସ୍ବ ମିଳିବ। କାର୍ଯ୍ୟସୂଚୀ ଧାର୍ଯ୍ୟ କରିବା ପୂର୍ବରୁ ଟେଷ୍ଟ ଓ ଦିନିକିଆ ଚାମ୍ପିୟନଶିପକୁ ଦୃଷ୍ଟିରେ ରଖିବାକୁ ପଡ଼ିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଫ୍ରାଞ୍ଚାଇଜ ମାଲିକମାନଙ୍କ ସହ ଲଣ୍ଡନଠାରେ ଚଳିତ ସପ୍ତାହରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ସିଇଓ ରାହୁଲ ସ୍ପଷ୍ଟ କରିଛନ୍ତି। ହେଲେ ସମ୍ପୂର୍ଣ୍ଣ ବିବରଣୀ ଦେଇନାହାନ୍ତି।

Share