ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧୦: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ସେ କହିଛନ୍ତି ଏଥର ପାରମ୍ପରିକ ଯୁଦ୍ଧ ହେବ ନାହିଁ। ୪-୬ ଦିନ ପର୍ଯ୍ୟନ୍ତ ତୋପ ଚାଲିବନି, ବିମାନ ଆକ୍ରମଣ ବା ନୌସେନା ଦ୍ୱାରା ମଧ୍ୟ ଗୁଳି ଚଳାଯିବନି। ହେଲେ ଯୁଦ୍ଧ ହେବ। ପରୋକ୍ଷରେ ଏହା ପରମାଣୁ ଯୁଦ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅବଶ୍ୟ ଭାରତର ନାଁ ନ ନେଇ ସେ ଏହା କହିଛନ୍ତି। ସୀମାରେ ପାକିସ୍ତାନ ସେନା ତୋପ, ଟ୍ୟାଙ୍କ ସହ ସଜବାଜ ହେଉଥିବା ବେଳେ ରେଳମନ୍ତ୍ରୀଙ୍କ ଏମିତି ବୟାନ ଏବେ ଚର୍ଚ୍ଚାକୁ ଆସିଛି। କେବଳ ଏତିକି ନୁହେଁ ସୋମବାରଠାରୁ ପାକିସ୍ତାନ ସୀମାରେ ସେନା ସଂଖ୍ୟା ବୃଦ୍ଧି କରିଥିବାରୁ ସେ କୌଣସି ଏକ ଭିନ୍ନ ଯୋଜନାରେ ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଇମ୍ରାନ ସରକାରରେ ରେଳମନ୍ତ୍ରୀ ଥିବା ଶେଖ ରସିଦ କହିଥିଲେ ଅକ୍ଟୋବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ।

Share