ପୁଣି ଥରେ ବୋହୂ ସାଜିଲେ ହେମା: ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଡ୍ରିମ୍‌ ଗର୍ଲଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଝିଅ ଇସା ଦେଓଲ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହୋଇଛି। କିଛିଦିନ ତଳେ ଦ୍ୱିତୀୟ ସନ୍ତାନର ଜନନୀ ହୋଇଥିବା ଇଶା ଏବେ ସୋସିଆଲ ମିଡିଆରେ ରହୁଛନ୍ତି ଖୁବ୍‌ ଆକ୍ଟିଭ୍‌। ନିକଟରେ ଫିଲଟର ମାଧ୍ୟମରେ ସେ ହେମାଙ୍କର ଏକ ଫଟୋକୁ ବଧୂ ବେଶରେ ସଜାଇ ଅପଲୋଡ କରିଛନ୍ତି। ତେବେ ବିୟୁଟିଫୁଲ୍‌ ହେମା ଆଜିବି ଜଣେ ନବ ବିବାହିତାଙ୍କଠାରୁ ବି କିଛି କମ୍‌ ଲାଗୁନାହାଁନ୍ତି।

Share