Categories: ଜାତୀୟ

ପୁଣି ଥରେ କର୍ନାଟକରେ ୟେଦୁରପ୍ପା ସରକାର: ଆଜି ସନ୍ଧ୍ୟା ୬ଟାରେ ନେବେ ଶପଥ

କର୍ନାଟକ, ୨୬।୭: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କର୍ନାଟକରେ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱରେ ପୁଣି ସରକାର ଗଠନ ହେବାକୁ ଯାଉଛି। ଶୁକ୍ରବାର ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିବା ପରେ ୟେଦୁରପ୍ପା ଆଗାମୀ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ୟେଦୁରପ୍ପା ୧୦୫ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି। ଯେଉଁଥିରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯାଇଛି। ଆଜିର ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସିଦ୍ଧରମୈୟା ଏବଂ ଜେଡିଏସ୍‌ ନେତା ଏଚଡି କୁମାରସ୍ବାମୀଙ୍କୁ ଆମନ୍ତ୍ରଣ କରାଯାଇଛି।

Share