ପୁଣି ଥରେ କମାଲ କରିବେ ଥ୍ରି ଇଡିଅଟ୍‌ ଷ୍ଟାର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଓ ଥ୍ରି ଇଡିଅଟ୍‌ ଷ୍ଟାର କରିନା କପୁର ଖାଁ ପୁଣିଥରେ ଏକାଠି ନଜର ଆସିବେ ବୋଲି ଜଣାପଡିଛି। ଆମିରଙ୍କ ଅପ୍‌ କମିଙ୍ଗ ପ୍ରୋଜେକ୍ଟରେ ଉଭୟ କାମ କରିପାରନ୍ତି ବୋଲି କୁହାଯାଉଛି। ଫିଲ୍ମ ‘ଲାଲ ସିଂ ଚଢା’ରେ ଉଭୟ ନଜର ଆସିବେ। ଏବେ କରିନାଙ୍କ ହାତରେ କିଛି ଭଲ ପ୍ରୋଜେକ୍ଟ ନ ଥିବା ବେଳେ ଟେଲିଭିଜନ ରିୟଲିଟି ଶୋ’ରେ ତାଙ୍କୁ ଦେଖିବାକୁ ମିଳୁଛି। ଏପଟେ ଆମିର ମଧ୍ୟ ନିଜ ପ୍ରୋଜେକ୍ଟ ପାଇଁ ବିଜି ଅଛନ୍ତି। ‘ଲାଲ ସିଂ ଚଢା’ହେଉଛି ଟମ୍‌ ହ୍ୟାଙ୍କଙ୍କ ଫିଲ୍ମ ଫରେଷ୍ଟର ଗମ୍ପର ଅଫିସିୟାଲ ଆଡପଟେଶନ।

Share