Categories: ଜାତୀୟ

ପୁଣି ଟିଏମସିକୁ ଲାଗିଲା ଝଟକା: ଜଣେ ବିଧାୟକ ସମେତ ବହୁ ନେତା ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୯।୫: ପଶ୍ଚିମବଙ୍ଗର କ୍ଷମତାଧାରୀ ଦଳ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଝଟକା ଲାଗିଛି। ବୁଧବାର ଦିଲ୍ଲୀରେ ଟିଏମସିର ବିଧାୟକ ମୁନିରୁଲ ଇସଲାମ ଭାଜପାରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଟିଏମସିର ବରିଷ୍ଠ ନେତା ଗଦାଧର ହାଜରା, ମହମ୍ମଦ ଆସିଫ ଇକବାଲ ଓ ନିମାଇଁ ଦାସ ମଧ୍ୟ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ଆଗାମୀ କିଛି ଦିନରେ ଟିଏମସରି ଆଉ ୬ ବିଧାୟକ ଦଳରେ ସାମିଲ ହୋଇପାରନ୍ତି ବୋଲି ଭାଜପା ଦାବି କରିଛି। ତେବେ କ୍ରମାଗତ ଭାବେ ନେତାଙ୍କ ଦଳ ଛାଡିବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ।

Share