ପୁଣି ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଜଳେଶ୍ୱର, ୧୧।୧୨(ଡି.ଏନ.ଏ.): ଜଳେଶ୍ବର ଥାନା ଅନ୍ତର୍ଗତ ଶାସନବାଡ ଗ୍ରାମରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ବର ପୋଲିସ ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ ସକାଳୁ ଶାସନବାଡ ଗ୍ରାମର ସକାଳୁ ଚଢାଉ କରି ରବିନା ଦେଉଆଙ୍କୁ ଗିରଫ କରିଛି, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ସୂଚନା ମିଳିଛି। ତେବେ ବାରମ୍ବାର ଅବକାରୀ ବିଭାଗ ଜଳେଶ୍ବର ଅଞ୍ଚଳରେ ଚଡାଉ କରି ବ୍ରାଉନସୁଗାର ଜବତ କରୁଥିବାବେଳେ ଜଳେଶ୍ବର ପୋଲିସ କାହିଁକି ନିଷ୍କ୍ରିୟ ସାଜିଛି। ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।