ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି ା ଗୁରୁତରଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ା ଗୁରୁତରମାନେ ହେଲେ କାନ୍ଥମାଳ ଆଙ୍କୁଲା ଗ୍ରାମର ଅଗାଡ଼ି ଦଳାଇ(୬୫) ସ୍ବାମୀ କବିରାଜ ଦଳାଇ, ତୋଟାପଡ଼ା ଗ୍ରାମର ସୁନିତା ବିଶୋୟୀ(୪୫) ସ୍ବାମୀ ବାଟୁଆ ବିଶୋୟୀ, ଚନ୍ଦ୍ରପୁଟ ଗ୍ରାମର ରୀନ ଜାଲି(୪୦) ସ୍ବାମୀ ଅଶୋକ ଜାଲି, ବୋରିଆ ସାହି ଗ୍ରାମର ସ୍ଯଯଭାମା ବିଶ୍ୱାଳ(୫୦) ସ୍ବାମୀ ଅର୍ଜୁନ ବିଶ୍ୱାଳ ଓ ମଞ୍ଜୁଲତା(୪୫) ା ସୂଚନାଯୋଗ୍ୟ, ଡଙ୍ଗାରେ ଯାତ୍ରୀମାନେ ଫେରୁୁଥିବାବେଳେ ହଠାତ୍‌ ପବନ ବହିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।