Categories: ଜାତୀୟ

ପୁଣି ଚର୍ଚ୍ଚାକୁ ଆସିଲେ ହଳଦିଆ ଶାଢି ପିନ୍ଧା ମହିଳା: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ଲୋକ ସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆ ସେନସେଶନ ପାଲଟିଥିବା ପିଡବ୍ଲୁଡି ଅଧିକାରୀ ରୀନା ଦ୍ୱିବେଦୀ ଏବେ ପୁଣି ଚର୍ଚ୍ଚାରେ। ଏଥର ତାଙ୍କ ଫଟୋ ନୁହେଁ ଟିକ୍‌ ଟକ୍‌ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ରୀନା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଏହା ୟୁଟ୍ୟୁବରେ ଅପଲୋଡ କରାଯାଇଛି। ଏଥର ମଧ୍ୟ ସେ ଏକ ହଳଦିଆ ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନ ପାଇଁ ଲକ୍ଷ୍ନୌ ଯାଉଥିବା ରୀନା ଏକ ହଳଦିଆ ଶାଢି ସାଙ୍ଗକୁ କଳା ଚଷମା ପିନ୍ଧି ବାହାରିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାରଣ ସେ ସେତେବେଳେ ମଡେଲ ଭଳି ଲୁକ୍‌ରେ ଥିଲେ।

Share