Categories: ଜାତୀୟ

ପୁଣି ଏକ ବାତ୍ୟା ଆଶଙ୍କା: ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୧।୫: ଅମ୍ଫନ୍‌ ପରେ ପୁଣି ଏକ ବାତ୍ୟା ଆଶଙ୍କା। ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଉପକୂଳବର୍ତ୍ତୀ ରାଜ୍ୟରେ ଜୁନ ୩ ସୁଦ୍ଧା ଝଡ଼ତୋଫାନ ହେବ। ଏ ନେଇ ଉପକୂଳ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ-ପୂର୍ବ-ମଧ୍ୟ ଅଞ୍ଚଳରେ ଲଘୁଚାପ ଘନୀଭୂତ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହା ଜୁନ ୩ରେ ଛୁଇଁବ। ଫଳରେ ଏହି ଦୁଇ ରାଜ୍ୟରେ ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

Share