ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୬।୯: ପୂର୍ବ ଇଣ୍ଡୋନେସିଆରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ଅବଶ୍ୟ ଭୂକମ୍ପ ପରେ ଏବେ ସୁନାମି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ସୂଚନାଯୋଗ୍ୟ, ଗୁରୁବାର ସକାଳ ୮ରେ ମାଲୁକୁ ପ୍ରାନ୍ତସ୍ଥିତ ଅମ୍ବୋନରୁ ୩୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Share