ପୁଣି ଆରମ୍ଭ ହେଲା ଉଚ୍ଛେଦ : ବଣିଆପଟିରେ ଭଙ୍ଗାଗଲା ୫ ଦୋକାନ, ଆଜି ପହଞ୍ଚିବେ ପହଞ୍ଚିବେ ଆମିକସ୍‌ କ୍ୟୁରି, ପରଖିବେ ସ୍ଥିତି

ପୁରୀ ଅଫିସ,୬।୯: ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଦୁଇଦିନ ଛୁଟି ଓ ଦୁଇଦିନ ଛକାପଞ୍ଝା ଭିତରେ ଏହି ଅଭିଯାନ ବନ୍ଦ ରହିଥିଲା। ଗୁରୁବାର ଏମାର ମଠ ପରିସରସ୍ଥ ବଣିଆପଟିରେ ଥିବା ୫ଟି ଦୋକାନ ଭଙ୍ଗାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଦିନତମାମ୍‌ କ୍ଷତିଗ୍ରସ୍ତଙ୍କୁ ଏକାଧିକ ରାଜନେତା ଭେଟିବା ସହ ସେମାନଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର ପୁରୀ ଆସୁଛନ୍ତି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏବଂ ସଲିସିଟର ଜେନେରାଲ। ସେମାନେ ଉଚ୍ଛେଦ ଅଭିଯାନର ବାସ୍ଥବ ସ୍ଥିତି ପରଖିବା ସହ ବିଭିନ୍ନ ପକ୍ଷଙ୍କ ମତ ସଂଗ୍ରହ କରିବେ। ଏହି ତମାମ୍‌ ପ୍ରସଙ୍ଗକୁ ଦେଖିଲେ ଉଚ୍ଛେଦକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ଜଣାପଡୁଛି।
ପୂର୍ବରୁ ଏମାର ମଠ ଉଚ୍ଛେଦ ଅଧାରେ ରହିଛି। ମଠର କୋଠିଘର, ରଘୁନନ୍ଦନ ଲାଇବ୍ରେରି ସମେତ ପ୍ରାୟ ୨୪ରୁ ଊର୍ଦ୍ଧ୍ୱ ଦୋକାନ ଭଙ୍ଗା ଯାଇଥିବାବେଳେ ମୁଖ୍ୟ କୋଠା ଉଚ୍ଛେଦ ହୋଇପାରି ନାହିଁ। ମଠ ମହନ୍ତ ରହୁଥିବା ଘର ଛାଡୁ ନ ଥିବାରୁ ପ୍ରଶାସନ ସେହିଠାରେ ଅଟକି ଯାଇଛି। ଏମାର ମଠ ପରିସର ବଣିଆପଟିରେ ଥିବା ୫ଟି ଦୋକାନକୁ ଗୁରୁବାର ସକାଳୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଖାଲି କରାଯାଇଥିଲା। ତେବେ ବଡ଼ ଆଖଡା ମଠକୁ ନେଇ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ତେବେ ମଠରେ ସାଧୁସନ୍ଥ ମେଳି ବାନ୍ଧି ପ୍ରଶାସନକୁ ବିରୋଧ କରିବାରୁ ଉଚ୍ଛେଦକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ପୁରୀ ସୁରକ୍ଷା ମଞ୍ଚ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ବିପଦସଙ୍କୁଳ ବ୍ୟବସାୟିକ କୋଠା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ କହିଥିଲେ। ଗୁରୁବାର ପ୍ରଶାସନିକ ଅଧିକାରୀମାନେ ସହରର ବିଭିନ୍ନ ଜାଗା ବୁଲି ଦେଖିଛନ୍ତି। ୭୫ମିଟର ପାଇଁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ବ୍ୟବସାୟୀଙ୍କ ଲାଗି କେଉଁଠି ଘର, ଦୋକାନ ତିଆରି କରାଯିବ ସେ ନେଇ ଜାଗା ଖୋଜିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ କିପରି ଉପଯୁକ୍ତ ଭାବେ ଥଇଥାନ କରାଯିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ଅପରପକ୍ଷେ ୭୫ମିଟର ଉଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମ୍‌କୋର୍ଟ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ପୁରୀ ଆସି ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତାରିଖରେ ପରିବର୍ତ୍ତନ ହୋଇଛି। ଶୁକ୍ରବାର ଆମିକସ୍‌କ୍ୟୁରି ଏବଂ ସଲିସିଟର ଜେନେରାଲ ପୁରୀ ଆସୁଛନ୍ତି। ସେମାନଙ୍କର ଦୁଇଦିନିଆ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri