Posted inଜାତୀୟ

ପୁଣି ଅଟକିଲା ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ,୨୪ା୧୧:ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଉଦ୍ଧାର କାର୍ଯ୍ୟକୁ ଗୁରୁବାର ପୁଣିଥରେ ସ୍ଥଗିତ ରଖାଯାଇଛି। ସୁଡ଼ଙ୍ଗ ଖନନ କାର୍ଯ୍ୟରେ ନିୟୋଜିତ ମେଶିନ୍‌ ଯେଉଁଠାରେ ରଖାଯାଇଥିଲା, ଉକ୍ତ ସ୍ଥାନରେ କେତେକ ଫାଟ ଦେଖାଦେଇଛି। ଫଳରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଲାଗି ଚାଲିଥିବା ଉଦ୍ୟମକୁ ଆଉ ଏକ ଝଟକା ଲାଗିଛି। ପୁଣିଥରେ ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ୨୫ ଟନ୍‌ ଓଜନର ଔଗର ମେଶିନ୍‌ ରଖାଯାଇଥିବା ପ୍ଲାଟ୍‌ଫର୍ମକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି। ମେଶିନ୍‌କୁ ପୁଣିଥରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି। ତେବେ ଡ୍ରିଲିଂ ପୁଣିଥରେ ଆରମ୍ଭ ହେବା ପରେ ଯେକୌଣସି ସମୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସଦସ୍ୟ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ସୟେଦ ଆଟା ହାସ୍‌ନୈନ ଆଶାବ୍ୟକ୍ତ କରିଛନ୍ତି।
ଉଦ୍ଧାରକାରୀ ଟିମ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚତ୍ବା ପରେ ସେମାନଙ୍କୁ ଚକଲଗା ଷ୍ଟ୍ରେଚରରେ ବାହାରକୁ ଅଣାଯିବ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନେବା ଲାଗି ସୁଡ଼ଙ୍ଗ ନିକଟରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି। ଗୁରୁତର ଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ବୁଧବାର ଖନନ କାର୍ଯ୍ୟରେ ବେଶ୍‌ ଅଗ୍ରଗତି ଦେଖାଦେବାରୁ ଆଉ କିଛି ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା ସଞ୍ଚାର ହୋଇଥିଲା। ତେବେ ରାତିରେ କେତେକ ପ୍ରତିବନ୍ଧକ ଦେଖାଦେବାରୁ କାମ ଅଟକିଥିଲା। ଗୁରୁବାର ସକାଳୁ ଡ୍ରିଲିଂ ଆରମ୍ଭ ହୋଇଥିଲାବେଳେ ରାତି ସୁଦ୍ଧା କିମ୍ବା ଶୁକ୍ରବାର ସକାଳ ବେଳକୁ ଶ୍ରମିକମାନେ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା। ତେବେ ପୁଣିଥରେ ଏଥିରେ ପ୍ରତିବନ୍ଧକ ଦେଖାଦେଇଛି। ୧୧ ଦିନ ହେଲା ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଥିବାବେଳେ ସେମାନଙ୍କ ପାଖକୁ ଆବଶ୍ୟକ ଅକ୍ସିଜେନ୍‌, ଖାଦ୍ୟ, ପାଣି, ପୋଷାକ ଓ ଔଷଧ ପଠାଯାଉଥିବା ହାସନୈନ କହିଛନ୍ତି। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହୋଇଥିବାରୁ ଶ୍ରମିକମାନଙ୍କ ସହ କର୍ତ୍ତୃପକ୍ଷ ଏବଂ ସାଇକୋସୋସିଆଲ ଓ୍ବାର୍କରମାନେ ସେମାନଙ୍କ ସହ ସିଧାସଳଖ କଥା ହେବା ସହ ବିଭିନ୍ନ ପରାମର୍ଶ ଦେଇପାରୁଛନ୍ତି। ସେପଟେ ଶ୍ରମିକମାନଙ୍କୁ ବାହାରକୁ କିପରି ଅଣାଯିବ ଓ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ରିହରସାଲ କରୁଛନ୍ତି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପ୍ରଥମେ ପରୀକ୍ଷା କରାଯିବା ପରେ ଗୁରୁତର ଥିବା ଲୋକଙ୍କୁ ବିମାନରେ ନେଇ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯିବାର ବ୍ୟବସ୍ଥା ହୋଇଛି। ଶ୍ରମିକଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri