ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ ପାଣ୍ଡେ’ରେ ଉଭୟ ନଜର ଆସିବେ। ଏନେଇ ନାଦିଆବାଲା ଗ୍ରାଣ୍ଡସନ୍‌ସର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ଏହାକୁ କ୍ରିତି ରିଟୁଇଟ ବି କରିଛନ୍ତି।

କେବଳ ଯେ ‘ବଚ୍ଚନ ପାଣ୍ଡେ’ ତାହା ନୁହେଁ, ୨୦୨୦ ଆରମ୍ଭ ନ ହେଉଣୁ ଏବେଠାରୁ ଅକ୍ଷୟଙ୍କ ହାତରେ ରହିଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ସେ ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି। ଇଦ୍‌ରେ ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍‌’ ରିଲିଜ ହେବାକୁ ଯାଉଥିବା ବେଳେ ଦିପାବଳୀରେ ‘ପୃଥ୍ବୀରାଜ’ ମଧ୍ୟ ରିଲିଜ ହେବାକୁ ଯାଉଛି। ଏହାପରେ ୨୦୨୧ ଜାନୁଆରୀ ୨୨ରେ ତାଙ୍କର ଫିଲ୍ମ ‘ବେଲ୍‌ ବଟମ୍‌’ ରିଲିଜ ହେବାକୁ ସ୍ଥିର କରାଯାଇଛି।

Share