ପୁଅ ଭିୟାନ୍‌ର ଜନ୍ମଦିନରେ ଶିଳ୍ପା କହିଲେ ‘ତୁ ମୋ’ ଗର୍ବ’

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟରେ ସେ ନିଜ ଫଟୋ, ପରିବାର ସଦସ୍ୟଙ୍କ ଫଟୋ ଭିଡିଓ ଆଦି ଶେୟାର କରୁଛନ୍ତି। ସେହିପରି ଗୁରୁବାର ପୁଅ ଭିୟାନ୍‌ଙ୍କ ୮ମ ଜନ୍ମଦିନରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ପୁଅ ଭିୟାନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ କିଛି କ୍ୟାପଶନ୍‌ ଲେଖି ପୁଅ ପ୍ରତି ନିଜର ସ୍ନେହ ବ୍ୟକ୍ତ କରିଛନ୍ତି। ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ‘ମୋ’ପ୍ରିୟ ପୁଅ ଭିୟାନ ରାଜର ଆଜି ହେଉଛି ୮ମ ଜନ୍ମଦିନ। ଯେତେବେଳେ ମୋ’ର ଜରୁରୀ ପଡ଼ିବ ମୁଁ ତୁମ ସହିତ ରହିବି। ମୁଁ ତୁମକୁ ଭଲ ପାଇବା ବନ୍ଦ କରିବି ନାହିଁ, ମୁଁ ତୁମ ଉପରେ ସବୁବେଳେ ବିଶ୍ୱାସ କରିବି । ତୁମେ ମୋର ଶ୍ରେଷ୍ଠ ପୁଅ, ତୁମେ ମୋର ଗର୍ବ।
ଶିଳ୍ପାଙ୍କ ଏହି ପୋଷ୍ଟକୁ ହ୍ରିତିକ ରୋଶନ, ଦିୟା ମିର୍ଜାଙ୍କ ପରି ଅନେକ ବଲିଉଡ୍‌ ସେଲିବ୍ରିଟି ପସନ୍ଦ କରିଛନ୍ତି। ଆହୁରି ମଧ୍ୟ ଟାଇଗର ଶ୍ରଫ୍‌ ଶୁଭ ଜନ୍ମଦିନ ବ୍ରୋ ଲେଖିଛନ୍ତି। ଏଥି ସହିତ ଶିଳ୍ପାଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ କମେଣ୍ଟ୍‌ ଦେଇଛନ୍ତି ଏବଂ ଭିୟାନକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଶିଳ୍ପାଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ମୋ’ ଜୀବନ, ମୋ’ ହୃଦୟର ସ୍ପନ୍ଦନ ବୋଲି ଲେଖିଛନ୍ତି। ଏପରି ଏକ ସୁନ୍ଦର ପୁଅ ପାଇଁ ଭଗବାନଙ୍କୁ ଧନ୍ୟବାଦ। ଭିୟାନ ମୁଁ ତୁମ ପାଇଁ ଗର୍ବିତ। ସ୍ମରଣଯୋଗ୍ୟ, ଶିଳ୍ପା ଶେଟ୍ଟୀ ୨୦୦୯ରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।

Share