ପୁଅକୁ କୃଷକ କରିବାକୁ ମା’ ଛାଡିଲେ ୯୦ ହଜାର ଟଙ୍କାର ସରକାରୀ ଚାକିରି

ଆଜମେର,୨୮।୧୧: ରାଜସ୍ଥାନର ଆଜମେରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଆଜିକାଲି ସହର ହେଉ କି ଗାଁ ସବୁଠି ଚାକିରିକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଜଣେ କୃଷକ ମଧ୍ୟ ନିଜ ପୁଅ ପାଠ ପଢି ଚାକିରି କରୁ ବୋଲି ଚାହୁଁଛନ୍ତି। କିନ୍ତୁ ଆଜମେରରେ ଜଣେ ଷ୍ଟାଫ୍‌ ନର୍ସ ନିଜ ପୁଅକୁ କୃଷକ କରିବା ପାଇଁ ୯୦ ହଜାର ଟଙ୍କାର ଚାକିରି ଛାଡିଦେଇଛନ୍ତି। ରାଜେନ୍ଦ୍ର ସିଂ ଏବଂ ତାଙ୍କ ସ୍ତ୍ରୀ ଚଞ୍ଚଲ ଉଭୟ ସରକାରୀ ଚାକିରି କରିଛନ୍ତି। ରାଜେନ୍ଦ୍ର ରେଳ ବିଭାଗରେ ଚାକିରି କରିଥିବାବେଳେ ଚଞ୍ଚଲ ସରକାରୀ ଷ୍ଟାଫ୍‌ ନର୍ସ ଅଛନ୍ତି। ତାଙ୍କ ୧୧ ବର୍ଷୀୟ ପୁଅ ଗୁରୁବକ୍ଷ ସିଂଙ୍କୁ କୃଷି ଟ୍ରେନିଂ ଦେବା ପାଇଁ ଇନ୍ଦୋର ନିକଟସ୍ଥ ଏକ ଗ୍ରାମରେ ଦେଢ ଏକର ଜମି କିଣିଛନ୍ତି। ସେଠାରେ ଗୁରୁବକ୍ଷଙ୍କୁ କୃଷି ଟ୍ରେନିଂ ଦିଆଯାଉଛି। ଏନେଇ ଦମ୍ପତ୍ତି ଜଣଙ୍କ କହିଛନ୍ତି, ଯଦିଓ ସହରରେ ଅଧିକ ଟଙ୍କା ରୋଜଗାର କରିହୁଏ କିନ୍ତୁ ଆଜିକାଲି ସେଠାରେ ପରିବେଶ ପ୍ରଦୂଷଣର ମାତ୍ରା ବଢିଛି। ସ୍ବଚ୍ଛ ପାଣି ପିଇବାକୁ ମିଳୁନାହିଁ। ତେଣୁ ପୁଅକୁ ଏକ ସୁସ୍ଥ ଜୀବନ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛୁ ବୋଲି ଚଞ୍ଚଲ କହିଛନ୍ତି।

Share