Categories: ଖେଳ

ପି.ଭି. ସିନ୍ଧୁଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ

ବଲିଉଡରେ ଏବେ ବାଓପିକ୍‌ ଟ୍ରେଣ୍ଡ୍‌ ଚାଲିଛି। ବିଭିନ୍ନ ସେଲିବ୍ରିଟିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ନିକଟରେ ଅନେକ ଖେଳାଳିଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଛି। ଏବେ ଏହି ରେସ୍‌ରେ ସାମିଲ ହେବାକୁ ଯାଉଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ। ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କ ଚାହିଦା ଏବେ ବଢିଯାଇଛି। ବଲିଉଡ ଅଭିନେତା ସୋନୁ ସୁଦ୍‌ ସିନ୍ଧୁଙ୍କ ବାଓପିକ୍‌ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ତେବେ ସିନ୍ଧୁଙ୍କ ଭୂମିକାରେ କିଏ ଅଭିନୟ କରିବା ତାହା କୁହାଯାଇ ନ ଥିଲେ ମଧ୍ୟ ଦୀପିକା ପାଦ୍ୟୁକୋନ୍‌ଙ୍କ ସହ କଥାବାର୍ତ୍ତା ଚାଲିଛି। ସେ ଯଦି ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲେ ତେବେ ଫିଲ୍ମର ଶୁଟିଂ ଖୁବ୍‌ଶିଘ୍ର ଆରମ୍ଭ ହେବ। ଦୀପିକା ଏବେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ବାଓପିକ୍‌ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share