‘ପିସିସି ସଭାପତିଙ୍କ ଦମ ଥିବା ଦରକାର’

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ସଭାପତିଙ୍କ ଦମ ଥିବା ଦରକାର। କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଏମିତି କହିଛନ୍ତିି ।
ସେ କହିଛନ୍ତି, ବିଧାୟକ ମହମ୍ମଦ ମୋକି ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେଇନାହାନତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ନିଷ୍ପତ୍ତି ବାହାର ଯାଇ ଭୋଟ ଦେଇଥିଲେ । କଂଗ୍ରେସ ତାଙ୍କୁ ବିଧାୟକର ମାନ୍ୟତା ଦେଇଛି । ତେଣୁ ଦଳର ପଦବୀରେ ଥାଇ ଏଭଳି କରିବା ଆଦୌ ଠିକ ହୋଇନାହିଁ । ଏଥିପାଇଁ ତାଙ୍କ ବିରୋଧରେ ଆକ୍ସନ ନେବା ଜରୁରି । ପିସିସି ସଭାପତି ହିଁ କାର୍ଯ୍ୟାନୁଷ୍ଠାନ ନେଇପାରିବ । ସେଥିପାଇଁ ଶରତ ପଟ୍ଟନାୟକଙ୍କର ଦମ ଥିବା ଦରକାର।