ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଛି। ଏହା ଏକ ସାଧାରଣ ହରମୋନଜନିତ ଅନିୟମିତତା। ଋତୁସ୍ରାବରେ ଅନିୟମିତତା, ଆଦୌ ଋତୁସ୍ରାବ ନ ହେବା କିମ୍ବା ମହିଳାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନର ଉପସ୍ଥିତି ଯୋଗୁ ଏହା ହୋଇଥାଏ ।“

ପିସିଓଡି କ’ଣ
ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଛି। ଏହା ଏକ ସାଧାରଣ ହରମୋନଜନିତ ଅନିୟମିତତା। ଋତୁସ୍ରାବରେ ଅନିୟମିତତା, ଆଦୌ ଋତୁସ୍ରାବ ନ ହେବା କିମ୍ବା ମହିଳାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନର ଉପସ୍ଥିତି ଯୋଗୁ ଏହା ହୋଇଥାଏ । ଯେମିତିକି ଏହା ନାମରୁ ସୂଚିତ ପଲିସାଇଷ୍ଟିକ ଓଭାରିୟାନ ରୋଗ ଏଭଳି ଏକ ଅବସ୍ଥାକୁ ସୂଚାଏ ଯେତେବେଳେ ଡିମ୍ବକୋଷଗୁଡ଼ିକ ସମ୍ପ୍ରସାରିତ ହୋଇଯାଆନ୍ତି ଏବଂ ଏହା ଭିତରେ ଏକାଧିକ କ୍ଷୁଦ୍ର ମୁଣି ଆକୃତି ଦେଖାଯାଏ। ଏହି ରୋଗ ଦେଇ ଅତିକ୍ରମ କରୁଥିବା ପ୍ରତ୍ୟେକ ମହିଳାଙ୍କ ଠାରେ ସମାନ ଲକ୍ଷଣ ଦେଖା ଦେଇ ନ ଥାଏ ।
ଲକ୍ଷଣ
ଋତୁସ୍ରାବରେ ଅନିୟମିତତା : ଋତୁସ୍ରାବରେ ଦୀର୍ଘସମୟର ଅନିୟମିତତା ଏକ ଗମ୍ଭୀର ସମସ୍ୟା ା ଏମିତିରେ ପ୍ରାରମ୍ଭିକ ଅବସ୍ଥାରେ ମାସିକ ଋତୁସ୍ରାବରେ ଅନିୟମିତତା ସାଧାରଣ କିନ୍ତୁ ସମୟ ସହ ଏଥିରେ ବିଳମ୍ବତା ପରିଶେଷରେ ଆଦୌ ଋତୁସ୍ରାବ ନ ହେବାର କାରଣ ହୋଇଥାଏ ।
ଡିମ୍ବାଣୁଜନିତ ସମସ୍ୟା : ଗର୍ଭଧାରଣରେ ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କର ଯାଞ୍ଚ କରାଯିବା ଆବଶ୍ୟକ। ଯେହେତୁ ପିସିଓଏସ୍‌ର ବିକାଶ କାରଣରୁ ଏହି ସମସ୍ୟାକୁ ରୋକାଯାଇପାରିବ ।
ମାତ୍ରାଧିକ କେଶ ବୃଦ୍ଧି: ମହିଳାମାନଙ୍କ ଶରୀରରେ ଯେତେବେଳେ ଟେଷ୍ଟୋଷ୍ଟେରୋନ ସ୍ତରରେ ବୃଦ୍ଧି ଘଟିଥାଏ ଏହା କାରଣରୁ ଓଠର ଉପରିଭାଗରେ, ତଳିପେଟରେ, ଥୋଡ଼ି ଏବଂ ସ୍ତନର ଚାରିପାଖରେ ମାତ୍ରାଧିକ କେଶ ବଢ଼ିବାର ଦେଖାଯାଇଥାଏ ।
ଅସ୍ବାଭାବିକ ରକ୍ତ ପ୍ରବାହ: ପିସିଓଡି ମହିଳାଙ୍କ ଶରୀରରେ ପ୍ରୋଜେଷ୍ଟେରୋନ ସ୍ତରକୁ ବୃଦ୍ଧି କରିଥାଏ । ଏହା ଉପଯୁକ୍ତ ଗର୍ଭଧାରଣ ଯୋଗୁ ସମ୍ଭବ ହୋଇଥାଏ ଏବଂ ଯାହାକି ଆଗକୁ ଯାଇ ଏଣ୍ଡୋମେଟ୍ରିଆଲ ଟିସୁରେ ଯନ୍ତ୍ରଣା ବୃଦ୍ଧିର କାରଣ ହୋଇଥାଏ। ଯାହାକି ଗର୍ଭାଶୟକୁ ଆଚ୍ଛାଦିତ କରାଇ ମହିଳାମାନଙ୍କଠାରେ ଅନିୟମିତ ରକ୍ତସ୍ରାବର କାରଣ ହୋଇଥାଏ । ଯଦି ଉପଯୁକ୍ତ ଯତ୍ନ ନିଆ ନ ଯାଏ ତେବେ ଏହା ଗର୍ଭାଶୟ କ୍ୟାନ୍ସର ଭଳି ଅନେକ ଗମ୍ଭୀର ସମସ୍ୟାର କାରଣ ହୋଇପାରେ ।
ଇନସୁଲିନରେ ଆଧିକ୍ୟ ଏବଂ ମେଦବହୁଳତା: ଡାକ୍ତରୀ ଗବେଷଣା ଏବଂ ଡାକ୍ତରମାନେ ଅନୁଧ୍ୟାନ କରି ଜାଣିପାରିଛନ୍ତି ଯେ ପିସିଓଡିରେ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଅଧିକ ଓଜନର ହୋଇଥାନ୍ତି ଏବଂ ମୋଟାପଣ ସମସ୍ୟାରୁ ମୁକ୍ତ ଥିବା ମହିଳାମାନଙ୍କ ଠାରେ ମଧ୍ୟ ଇନସୁଲିନରେ ତାରତମ୍ୟତା ଦେଖାଯାଇଥିବା ବେଳେ କେତେକଙ୍କୁ ଏହି ଉଭୟ ସମସ୍ୟା ସହ ଲଢ଼ିବାକୁ ପଡ଼ିଥାଏ ।
ପିସିଓଏସ୍‌ ଥିଲେ ଆପଣ କ’ଣ କରିବା ଉଚିତ : ବର୍ତ୍ତମାନ ପିସିଓଏସ୍‌ ପାଇଁ ଅନେକ ଉନ୍ନତ ଚିକିତ୍ସା ପ୍ରଣାଳୀ ଉପଲବ୍ଧ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନକୁ ଗ୍ରହଣ କରିବା ଦ୍ୱାରା ପ୍ରଚଳିତ ଚିକିତ୍ସା ପଦ୍ଧତିରେ ଏହାର ପ୍ରଭାବ ଏବଂ ସଫଳତାକୁ ବଢ଼ାଇଦେଇଛି ।
ନିୟମିତ ବ୍ୟାୟାମ : ପିସିଓଏସ୍‌ ଚିକିତ୍ସା ଅଧୀନରେ ଥିବାବେଳେ କେବଳ ବେଡ୍‌ରେଷ୍ଟ କରିବା ବଦଳରେ ପ୍ରତିଦିନ ଅତିକମ୍‌ରେ ୩୦ ମିନିଟ ଚାଲନ୍ତୁ।
ପ୍ରଚୁର ମାତ୍ରାରେ ଶୋଇବା: ଉପଯୁକ୍ତ ମାତ୍ରାର ଶୟନ ଆପଣଙ୍କୁ ଉତ୍ତମ ଏବଂ ସକ୍ରିୟ ଅନୁଭବ କରାଇବା ସହ ଯଦି ଆପଣ ମୋଟାପଣ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତେବେ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ମନେରଖନ୍ତୁ ୮ଘଣ୍ଟାର ନିଦ୍ରା ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ନିଦ୍ରାର ଅଭାବ କାରଣରୁ ଆପଣଙ୍କ ଠାରେ ହରମୋନଜନିତ ଅନିୟମିତତା ଦେଖାଯାଇଥାଏ। ଏଥିଯୋଗୁ ଆପଣଙ୍କୁ ଭୋକ ସମସ୍ୟା ଦେଖାଦିଏ ଏବଂ ଏଣୁତେଣୁ ଏପରିକି ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ଖାଇବାକୁ ଅଧିକ ଆଗ୍ରହ ସୃଷ୍ଟି ହୋଇଥାଏ।
ଔଷଧ : ପରାମର୍ଶ କରାଯାଇଥିବା ଔଷଧକୁ ଛାଡ଼ିଦେବା ଦ୍ୱାରା ଏହା ସମଗ୍ର ଡାକ୍ତରୀ ଚିକିତ୍ସାର ବିଫଳତାର କାରଣ ହୋଇଥାଏ। ଯାହାକି ଏହି ବଟିକା ଗ୍ରହଣ ଉପରେ ହିଁ ଆଧାରିତ ଏବଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଆକ୍ରାନ୍ତ ଥିବା ରୋଗ ପାଇଁ ମଧ୍ୟ ବିପଜ୍ଜନକ ହୋଇଥାଏ ।
ଓଜନ ନିୟନ୍ତ୍ରଣ: ଠିକ୍‌ ଓଜନର ନିୟନ୍ତ୍ରଣ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ। ଏହା ଆପଣ ନିୟମିତ ବ୍ୟାୟାମ, ସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ ଏବଂ ଏକ ନିୟନ୍ତ୍ରିତ ଡାଏଟ ମାଧ୍ୟମରେ କରି ପାରିବେ । କିନ୍ତୁ ଅସ୍ବାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, କାରଣ ଏଗୁଡ଼ିକର ଗ୍ରହଣ ଆପଣଙ୍କ ପାଇଁ ପରିସ୍ଥିତିକୁ ଅଧିକ ଜଟିଳ କରିଥାଏ ।
ମାସିକ ଋତୁସ୍ରାବର ହିସାବ ରଖନ୍ତୁ : ଆପଣଙ୍କ ଋତୁଚକ୍ରର ଏକ ସବିଶେଷ ହିସାବ ରଖନ୍ତୁ। କାରଣ ପିସିଓଡିରେ ଆକ୍ରାନ୍ତ ଲୋକମାନଙ୍କ କ୍ଷେତ୍ରରେ ଅନିୟମିତ ଋତୁସ୍ରାବ କିମ୍ବା ଆଦୌ ଋତୁସ୍ରାବ ନ ହେବା ଏକ ଚିନ୍ତାର ବିଷୟ ।
ଏହା ଗର୍ଭାଶୟଜନିତ କର୍କଟ କିମ୍ବା ଅନ୍ୟାନ୍ୟ ସମସ୍ୟାଗୁଡ଼ିକର କାରଣ ହୋଇପାରେ । ଯଦି ଆପଣ ନିଜ ଋତୁସ୍ରାବର ହିସାବ ରଖୁଥାନ୍ତି ତେବେ ଏହିଭଳି ସମସ୍ୟାଗୁଡ଼ିକୁ ଡାକ୍ତରଙ୍କ ନିକଟରେ ପ୍ରକାଶ କରନ୍ତୁ
ଧୂମପାନ ଏବଂ ନିଶାଦ୍ରବ୍ୟ ସେବନ :
ଯେତେବେଳେ ଆପଣ ପିସିଓଡିରେ ଆକ୍ରାନ୍ତ ଥାନ୍ତି ସେତେବେଳେ ଆପଣଙ୍କର ପୂର୍ବରୁ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟରେ ଆହୁରି ଅନେକ ନୂଆ ରୋଗ ବିକଶିତ ହେବାର ଆଶଙ୍କା ଥାଏ ଏବଂ ଧୂମପାନ ଏବଂ ନିଶାଦ୍ରବ୍ୟ ସେବନ ଅଭ୍ୟାସ ଯୋଗୁ ଡାଇବେଟିସ, ହୃଦ୍‌ଜନିତ ରୋଗ ଭଳି ଅନେକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ତେଣୁ ଏକ ସୁସ୍ଥ ଜୀବନ ପାଇଁ ଏବଂ ପିସିଓଡିକୁ ପ୍ରଭାବକାରୀ ଭାବେ ଚିକିତ୍ସା କରିବା ପାଇଁ ଆପଣଙ୍କୁ ଏସବୁକୁ ତ୍ୟାଗ କରିବାକୁ ହେବ ।
ସମ୍ଭାବ୍ୟ ଅବସାଦଗୁଡ଼ିକୁ ଚିହ୍ନଟ କରନ୍ତୁ
ପିସିଓଡିରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ଅନ୍ୟମାନଙ୍କ ତୁଳନାରେ ଅବସାଦ ବେଶି ମାତ୍ରାରେ ଦେଖାଯାଇଥାଏ । ତେଣୁ ଯଦି ଆପଣ ଏପରି କିଛି ଲକ୍ଷଣ ଦେଖନ୍ତି, ଯାହାକି ଅବସାଦ ଆଡ଼କୁ ସଂକେତ ଦେଉଥାଏ ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଏହି ଲକ୍ଷଣଗୁଡ଼ିକ ହେଉଛି ମାତ୍ରାଧିକ ନିଦ୍ରା ଏବଂ ଖାଦ୍ୟ ଗ୍ରହଣ, ଓଜନରେ ମାତ୍ରାଧିକ ବୃଦ୍ଧି କିମ୍ବା ହ୍ରାସ, ଶୋଇବା ଏବଂ ଖାଦ୍ୟ ଗ୍ରହଣ ଅଭ୍ୟାସରେ ଅନିୟମିତତା କିମ୍ବା ସମସ୍ୟା ଦେଖାଯିବା, ଦୀର୍ଘ ସମୟର ବିଷାଦ ଆଦି ।
ଏପରି ଏକ ରୋଗ ଯାହାକି ଉପଯୁକ୍ତ ଯତ୍ନର ଅଭାବରେ ଏକ ଗମ୍ଭୀର ସମସ୍ୟା ରୂପ ଧାଣର କରେ। କିନ୍ତୁ ଯଦି ଆପଣ ସୁସ୍ଥ ଉପାୟରେ ଏକ ଶୃଙ୍ଖଳିତ ଢଙ୍ଗରେ ଚିକିତ୍ସା ଗ୍ରହଣ କରନ୍ତି ତେବେ ଆପଣଙ୍କୁ ଏଥିରୁ ବାହାରିବା ପାଇଁ ଅଧିକ ସହଜ ହୋଇଯିବ।
-ଗାଇନାକଲୋଜିଷ୍ଟ ଏବଂ ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍‌ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri