ପିସିଏରୁ ବାହାରିବେ ୪ ବ୍ୟାଙ୍କ

ନୂଆଦିଲ୍ଲୀ, ୩-୯: ଆର୍‌ବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନ ପରିସରରୁ ଅବଶିଷ୍ଟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିବେ। ସରକାର ବ୍ୟାଙ୍କଗୁଡିକୁ ସଦ୍ୟତମ ପୁଞ୍ଜି ପ୍ରଦାନ କରିବାକୁ ନିକଟରେ ଘୋଷଣା କରିଛନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡିକ ପିସିଏରୁ ବାହାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ଆଶା ରଖିଛି। ବର୍ତ୍ତମାନ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ( ଆଇଓବି), ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପିସିଏ ପରିସରରେ ରହିଛନ୍ତି। ଏହା ଦ୍ୱାରା ସେମାନଙ୍କ ଉପରେ ଋଣ ଯୋଗାଣ, ପରିଚାଳନା କ୍ଷତିପୂରଣ ଏବଂ ନିର୍ଦ୍ଦେଶକଙ୍କ ଫି ଭଳି ବିଭିନ୍ନ କଟକଣା ଜାରି କରାଯାଇଛି। ଏହି ୪ ବ୍ୟାଙ୍କକୁ ସରକାର ଶୁକ୍ରବାର ୧୦,୮୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିଛନ୍ତି। ୪ ବ୍ୟାଙ୍କ ମଧ୍ୟରୁ ଆଇଓବି ସର୍ବାଧିକ ୩,୮୦୦ କୋଟି ଟଙ୍କା ପାଇଛି।
ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ ୩,୩୦୦ କୋଟି , ୟୁକୋ ବ୍ୟାଙ୍କ ୨,୧୦୦ କୋଟି ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୧୬୦୦ କୋଟି ଟଙ୍କା ପାଇଛି। ଏହି ପୁଞ୍ଜି ସହାୟତା ଦ୍ୱାରା ବ୍ୟାଙ୍କଗୁଡିକ ପିସିଏରୁ ବାହାରିବାକୁ ସକ୍ଷମ ହେବେ ବୋଲି ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି। ୟୁନାଇଟେଡ ବ୍ୟାଙ୍କ ମିଶ୍ରଣ ଯୋଗୁ ପିସିଏରୁ ବାହାରିବାକୁ ଥିବା ବେଳେ ଆଇଓବି, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କକୁ ସରକାର ପ୍ରଦାନ କରିଥିବା ପୁଞ୍ଜି ସହାୟତା ଦ୍ୱାରା ପିସିଏରୁ ମୁକୁଳିବାକୁ ସହାୟତା କରିବ ବୋଲି କୁମାର ସ୍ପଷ୍ଟ କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବଡ ବ୍ୟାଙ୍କ ଗଠନ ନେଇ ସରକାର ଗତ ସପ୍ତାହରେ ଘୋଷଣା କରିଛନ୍ତି। ଏହା ଦ୍ୱାରା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ମିଶ୍ରଣ ଘଟିବ। ପୂର୍ବରୁ ପିସିଏ ପରିସରରୁ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ଆଲ୍ଲାହାବାଦ ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ ରହିଛନ୍ତି। ସରକାରଙ୍କ ୨ଟି ପର୍ଯ୍ୟାୟରେ ପୁଞ୍ଜି ଯୋଗାଣ ଦ୍ୱାରା ଏଭଳି ସ୍ଥିତିକୁ ବ୍ୟାଙ୍କଗୁଡିକ ଆସିଛନ୍ତି।
ପୁଞ୍ଜି ଯୋଗାଣ ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ପୁଞ୍ଜି ଆବଶ୍ୟକତା ସୀମା ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଅପରପକ୍ଷରେ ନେଟ୍‌ ଏନ୍‌ପିଏ ସ୍ତର ୬%ରୁ ତଳକୁ ବ୍ୟାଙ୍କଗୁଡିକ ଖସାଇ ପାରିଛନ୍ତି। ଗତ ବର୍ଷ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପିସିଏ କଟକଣା ଜାରି କରିଥିଲା। ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ମିଶ୍ରଣ ହେବା ପରେ ଏହା ଅଲଗା ନାମରେ ପରିଚିତ ହୋଇଛି। ସେହିଭଳି ଆଇଡିବିଆଇ ବ୍ୟାଙ୍କକୁ ଏଲ୍‌ଆଇସି ଅଧିଗ୍ରହଣ କରିଛି। ବ୍ୟାଙ୍କ କେବେ ପିସିଏରୁ ବାହାରିବ ତାହା ସମ୍ପୃକ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟଧାରାର ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ ବୋଲି କୁମାର କହିଛନ୍ତି। ଏନ୍‌ପିଏ ସମସ୍ୟା ସମାଧାନ ଲାଗି ଅର୍ଥମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଉଛି। ଏହା ଫଳରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୧.୦୬ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ହ୍ରାସ ଏବଂ ୧.୨୧ ଲକ୍ଷ କୋଟି ଟଙ୍କାର ଋଣ ଅସୁଲ ହୋଇଛି, ଯାହା ଏକ ରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ଗୋପାଳବନ୍ଧ ହିଡରେ ଫୁଡ୍‌କୋର୍ଟ, ଦୋକାନ ଗୃହ ନିର୍ମାଣକୁ ବିରୋଧ ପୁରୁଷୋତ୍ତମପୁର,୨୦ା୨ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri