ଆଧାରରେ ରିଟର୍ନ ଫାଇଲ କଲେ ସିଧାସଳଖ ମିଳିଯିବ ପାନ୍‌

ନୂଆଦିଲ୍ଲୀ, ୩-୯: ଆଧାରରେ ଆୟକର ରିଟର୍ନ ପୈଠ କଲେ ଟିକସଦାତାଙ୍କୁ ସିଧାସଳଖ ପାନ୍‌ ଜାରି କରାଯିବ। ଆୟକର ବିଭାଗ ଏଭଳି ଟିକସଦାତାଙ୍କ ଲାଗି ନୂଆ ପଦକ୍ଷେପ ଗ୍ରହଣ କରିଛି। ଆଧାର ଏବଂ ପାନ୍‌ ଡାଟାବେସ ସଂଯୋଗ ଦ୍ୱାରା ବିଭାଗ ଏଭଳି ସୁବିଧା କରିବ ବୋଲି ଜଣାପଡିଛି। ଅଗଷ୍ଟ ୩୦ରେ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ, ପାନ୍‌ ନ ଥାଇ ଯେଉଁ ବ୍ୟକ୍ତିଙ୍କର ଆଧାର ରହିଛି ଏବଂ ସେଥିରେ ସେ ରିଟର୍ନ ଫାଇଲ କରିଥିଲେ ପାନ୍‌ ପାଇବାକୁ ତାଙ୍କୁ ଦର୍ଶାଇବାକୁ ହେବ। ଏଥି ଲାଗି କୌଣସି ଅଲଗା ଦସ୍ତାବିଜ ଦେବାକୁ ପଡିବ ନାହିଁ। ସେପ୍ଟେମ୍ବର ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ସୂଚନା ବ୍ୟବହାରରେ ବ୍ୟକ୍ତି ବିଶେଷଙ୍କ ଲାଗି ଆୟକର ବିଭାଗ ପାନ୍‌ ଜାରି କରିବ। ଆଧାର ପାନ୍‌ ଡାଟାବେସ ସଂଯୋଗ ହେବା ପରେ ଲୋକଙ୍କୁ ଏହି ସୁବିଧା ଦେବା ସହଜ ହେବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଅଧ୍ୟକ୍ଷ ପି.ସି. ମୋଦି ଜୁଲାଇରେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ। ପାନ୍‌ ନ ଥିବା କ୍ଷେତ୍ରରେ ଏହା ହେବ ବୋଲି ସେ କହିଥିଲେ। ଏଭଳି କ୍ଷେତ୍ରରେ ଆସେସିଂ ଅଫିସର ପ୍ରତ୍ୟକ୍ଷ ଭାବେ ପାନ୍‌ ଜାରି କରି ପାରିବେ ବୋଲି ଆଇନରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri