‘ପିଲା ଦିନର ସ୍ବପ୍ନ ବାଟ କଢ଼ାଇଛି’: ନିଆରା ପ୍ରତିଭା ସନ୍ତୋଷ

ଆନନ୍ଦପୁର,୪।୮(ସ୍ବ.ପ୍ର.)-ପିଲା ଦିନୁ ତ୍ଜଣେ ସଫଳ ଚିତ୍ରକର ହେବାକୁ ସେ ଦେଖିଥିଲେ ସ୍ବପ୍ନ। ଗରିବ ପରିବାରରେ ଜନ୍ମ ନେଇଥିବାରୁ ଆର୍ଥିକ ଅନଟନ ସତ୍ତ୍ୱେ ନିରନ୍ତର ସାଧନା ବଳରେ ସେ ନିଜ କଳାପ୍ରତିଭାକୁ ବିକଶିତ କରି ରାଜ୍ୟ ପାଇଁ ସୁନାମ ଆଣିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଏହି ଚିତ୍ରଶିଳ୍ପୀ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପଞ୍ଚୁପଲୀ ଗ୍ରାମର ସନ୍ତୋଷ ଦାସ। ବାପା ପାଗଳ ଦାସ ଜଣେ ଚାଷୀ । ଧାନ ଚାଷ ସହିତ ପରିବା ଚାଷ କରି ପରିବାର ପୋଷଣ କରନ୍ତି। ମା’ଜୁଳମଣି ଜଣେ ଗୃହିଣୀ। ସନ୍ତୋଷଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି। ସେ ୫ମ ଶ୍ରେଣୀରେ ପାଠ ପଢୁଥିବାବେଳେ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ନାଜ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବାବେଳେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ଜୁନିୟର୍‌ ରେଡକ୍ରସ୍‌ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରିଥିଲେ। ୨୦୦୧ରେ ଦଶମ ପାସ୍‌ କରିବା ପରେ ଆର୍ଥିକ ଅନଟନ ଯୋଗୁ ସେ ଆଉ ପାଠ ପଢି ପାରି ନ ଥିଲେ। ବହୁ ବିଳମ୍ବରେ ସେ ୨୦୧୫ରେ ଭଦ୍ରକ ଜିଲାରେ ଥିବା ‘ବେଚଲର୍‌ ଅଫ ଭିଜୁଆଲ୍‌ ଆର୍ଟ’ରେ ନାମ ଲେଖାଇଥିଲେ। ଏହି ଶିକ୍ଷା ହାସଲ ପରେ ସେ ତାଙ୍କ ପିଲାଦିନର ସ୍ବପ୍ନକୁ ସାକାର କରିବାକୁ ଲାଗିପଡିଥିଲେ। ସନ୍ତୋଷ କହନ୍ତି, ମନରେ ନିଷ୍ଠାଭାବ ରଖି କଳାପ୍ରତି ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ସମର୍ପିତକରିଛନ୍ତି। ୨୦୧୭ରେ ମ୍ୟୁଜିୟମ୍‌ ଅଫ ନେଚୁରାଲ ହିଷ୍ଟ୍ରି ଆର୍ଟ କ୍ୟାମ୍ପ ପକ୍ଷରୁ ସେ ସମ୍ବର୍ଦ୍ଧିତ ହେବା ପରେ ସେ ଅଧିକ ଉତ୍ସାହିତ ହୋଇଥିଲେ। ପରେ ବି.ସି.ଏ.ସି ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ହୋଇଥିବା ପେଣ୍ଠିଂ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୮ ରେ ଭୁବନେଶ୍ୱର ଲଳୀତ କଳା ଏକାଡେମୀ ପ୍ରାୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ ଆର୍ଟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ। ପଞ୍ଜାବର ପାସେରିନ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ପ୍ରାୟୋଜିତ ଆନ୍ତର୍ଜାତୀୟ କଳା ପ୍ରତିଯୋଗିତାରେ ଟପ୍‌-୧୦ ଭାବେ ପୁରସ୍କୃତ ହେବା ସହ ଇଣ୍ଡିଆନ୍‌ ଏକାଡେମୀ ଅଫ ଫାଇନ୍‌ ଆର୍ଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କୃତିତ୍ୱ ହାସଲ କରିଥିଲେ। ଚଳିବର୍ଷ ପଞ୍ଜାବରେ ଅନୁଷ୍ଠିତ ‘ରଙ୍ଗସଙ୍ଗ’ପ୍ରତିଯୋଗିତାରେ ଭାଗ ନେଇ ଗୋଲ୍ଡ ମେଡାଲ ହାସଲ କରିବା ତାଙ୍କ ଜୀବନର ଶ୍ରେଷ୍ଠ ପୁରସ୍କାର ବୋଲି ସେ କହିଛନ୍ତି। ଅଧିକ ପାଠପଢ ପାରି ନ ଥିଲେ ମଧ୍ୟ ଅନେକ ଆର୍ଟ କେନ୍ଦ୍ରରେ ଶ୍ରମଦାନ କରି ସେ ଅଳ୍ପ ବହୁତ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ନିଜେ ଘରେ ରହି ବରାଦ ମୁତାବକ ଆର୍ଟ ତିଆରି କରି ସେ ଅର୍ଥ ରୋଜଗାର କରିଥାନ୍ତି। ଓଡ଼ିଶାର କଳା ସଂସ୍କୃତି ପିଲାଦିନୁ ତାଙ୍କୁ ପ୍ରେରଣା ଯୋଗାଇ ଆସିଛି ବୋଲି ସନ୍ତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri