ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର କରନ୍ତି। ଏଭଳି ପିଲାମାନଙ୍କୁ ବା ବ୍ୟକ୍ତିଙ୍କୁ ବାଉଁଆ ବା ଲେପ୍ଟି ବୋଲି କୁହାଯାଏ। ଏମାନେ ଲେଖିବା, ଖାଇବା ଠାରୁ ଆରମ୍ଭ କରି ସବୁ କାମ ପ୍ରାୟତଃ ବାମ ହାତରେ କରିଥାଆନ୍ତି। ତେବେ ଅଧିକାଂଶ ଲେପ୍ଟି ଭାଗ୍ୟବାନ ହୋଇଥାଆନ୍ତି ବୋଲି କୁହାଯାଏ। ଏମାନେ ଭବିଷ୍ୟତରେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଥାଆନ୍ତି ବୋଲି ଉଦାହରଣ ରହିଛି। ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମାନବ ଶରୀରରେ ଥିବା ଜିନ ଓ ଡିଏନ୍‌ଏ ଯୋଗୁ ପିଲାମାନେ ଲେପ୍ଟି ହୋଇଥାଆନ୍ତି। ମାତୃଗର୍ଭରେ ଥିବା ସମୟରେ ଯେତେବେଳେ ପିଲାଟି ୬ ମାସର ହୋଇଯାଏ ସେତେବେଳେ ସେ ବାମ ହାତ ଓ ଡାହାଣ ହାତର ବ୍ୟବହାର ଆରମ୍ଭ କରି ଦେଇଥାଏ। ଯଦି ସେ ବାମ ହାତର ବ୍ୟବହାର ଅଧିକ କରିଥାଏ ତେବେ ଭୂମିଷ୍ଠ ହେବା ପରେ ସେହି ଅନୁଯାୟୀ ଶିଶୁଟି ବାମ ହାତର ବ୍ୟବହାର କରିଥାଏ। ଆହୁରି ମଧ୍ୟ ଏହା ଜେନେଟିକ୍‌ ବୋଲି କୁହାଯାଏ। ଯଦି ମାତା ବା ପିତା ବାମହାତି ବା ଲେପ୍ଟି ହୋଇଥାଆନ୍ତି ତେବେ ପିଲାମାନେ ଲେପ୍ଟି ହେବାର ଆଶଙ୍କା ଅଧିକ ଥାଏ। ଆହୁରି ମଧ୍ୟ ନଭେମ୍ବରରୁ ଜାନୁୟାରୀ ମାସ ମଧ୍ୟରେ ଜନ୍ମ ନେଉଥିବା ଶିଶୁମାନେ ଲେପ୍ଟି ହେବାର ଆଶଙ୍କା ଅଧିକ ରହିଥାଏ।

Share