Posted inଖେଳ

ପିଲାଦିନର ଅଭିଳାଷ ପେଣ୍ଟିଂକୁ ଉପଭୋଗ କରୁଛନ୍ତି ଭାଲେଣ୍ଟିନା

ଭୁବନେଶ୍ୱର, ୧୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଏବେ ଖେଳ ସମ୍ଭବ ନ ଥିବାରୁ ପ୍ରାକ୍ଟିସ ଉପରେ ବିଶେଷ ଫୋକସ କରି ପାରୁନାହାନ୍ତି କ୍ରୀଡ଼ାବିତ୍‌। ଯେଉଁମାନେ ଘରେ ରହୁଛନ୍ତି ସେମାନେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଛନ୍ତି। ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ପୂର୍ବରୁ ଖେଳ ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ପୂରଣ ହୋଇପାରୁ ନ ଥିଲା। ଏବେ କିନ୍ତୁ ସମଗ୍ର ଭାରତ ଲକ୍‌ଡାଉନ୍‌ ଥିବାରୁ ସାମାନ୍ୟ ଫିଟ୍‌ନେସ ଅଭ୍ୟାସ ସହିତ ସେମାନେ ନିଜର ଅଭିଳାଷକୁ ମଧ୍ୟ ପୂରଣ କରିବାପାଇଁ ସମୟ ପାଉଛନ୍ତି। ଏପରି କିଛି କରି ଏବେ ସମୟ ଅତିବାହିତ କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା। ରାଜ୍ୟର ନିଜେ ଜଣେ ନାମୀ କରାଟେକା ହୋଇଥିବାବେଳେ ‘ଭିଭି କରାଟେ’ ନାମରେ ତାଙ୍କର ଏକ କରାଟେ ସ୍କୁଲ ରହିଛି। ତେଣୁ ନିଜେ ଅଭ୍ୟାସ କରିବା ସହିତ ସ୍କୁଲରେ ପିଲାମାନଙ୍କୁ ଟ୍ରେନିଂ ଦେବାରେ ବ୍ୟସ୍ତ ରହୁଥିବାରୁ ସେ ଘରପ୍ରତି ଏବଂ ନିଜର ଅନ୍ୟ କୌଣସି ଇଚ୍ଛା ପୂରଣପ୍ରତି ସମୟ ଦେଇପାରୁ ନ ଥିଲେ । ପିଲାଦିନେ ତାଙ୍କର ପେଣ୍ଟିଂ ପ୍ରତି ବହୁତ ଆଗ୍ରହ ଥିଲା। ଛୋଟ ବେଳେ ସେ ପେଣ୍ଟିଂ କରୁଥିଲେ ହେଁ ପରେ ବାଧ୍ୟହୋଇ ଦୂରେଇ ରହୁଥିଲେ। ମାତ୍ର ଏବେ ୨୪ ଘଣ୍ଟା ଘର ଭିତରେ ରହୁଥିବାରୁ ନିଜ ପିଲାଦିନର ଅଭିଳାଷ ପୂରଣ ଦିଗରେ ମନୋନିବେଶ କରୁଛନ୍ତି । ଏବେ ପେଣ୍ଟିଂକୁ ମନଭରି ଉପଭୋଗ କରୁଥିବା ପ୍ରକାଶ କରିଛନ୍ତି ।
ଭାଲେନାଙ୍କ କହିବା ଅନୁସାରେ ”ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଖେଳ ବ୍ୟତୀତ ଅନ୍ୟ ଯାହା କରିବାକୁ ସମୟ ମିଳୁ ନ ଥିଲା ତାହା ଲକଡାଉନ୍‌ ଅବସରରେ ମିଳୁଛି। ପିଲାଦିନେ ମୋର ପେଣ୍ଟିଂରେ ବହୁତ ସଉକ ଥିଲା । ମୁଁ ପେଣ୍ଟିଂ ମଧ୍ୟ କରୁଥିଲି। ମାତ୍ର ପରେ କରାଟେ ବ୍ୟତୀତ ଅନ୍ୟ କୌଣସି କଥା ଚିନ୍ତା ମଧ୍ୟ କରି ହେଉ ନ ଥିଲା । କରାଟେ ଯୋଗୁ ମୁଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ସବୁଠି ସମ୍ମାନ ପାଇଛି। ଏବେ କିନ୍ତୁ ନିକଟ ଭବିଷ୍ୟତରେ ଖେଳ ସମ୍ଭବ ହେବାର ନ ଥିବାରୁ ଫିଜିକାଲ ଫିଟ୍‌ନେସ ସହିତ ମୁଁ ଅନ୍ୟ କିଛି କରି ପିଲାଦିନର ଅଭିଳାଷ ପୂରଣ କରୁଛି, ଅର୍ଥାତ୍‌ ମୁଁ ଏବେ ଅଧିକ ସମୟ ପେଣ୍ଟିଂରେ ହିଁ କଟାଉଛି, ଯାହାକି ମୋତେ ବହୁତ ଆନନ୍ଦ ଦେଉଛି। ଏହା ବ୍ୟତୀତ ପୂର୍ବରୁ ଜଣେ ଅନ୍ତର୍ଜାତୀୟ କରାଟେକା ଭାବରେ ଅଧିକାଂଶ ସମୟ ବ୍ୟସ୍ତରେ କଟୁଥିଲା। ଏବେ କିନ୍ତୁ ଘର ଭିତରେ ରହିବାର ସମୟ। ତେଣୁ ମା’, ବାପା, ଭାଇ ଓ ଭଉଣୀଙ୍କ ସହ ଅଧିକ ସମୟ ବିତୁଛି। ଛୋଟ ବେଳେ ଆମେ ଲୁଡୁ ଏବଂ କ୍ୟାରମ ପରି ଖେଳ ଖେଳୁଥିଲୁ। ମାତ୍ର ପରେ ନିଜ ଖେଳ କରାଟେ ଉପରେ ଫୋକସ କରୁଥିବାରୁ ଏଥିପାଇଁ ସମୟ ପାଉ ନ ଥିଲି। ଏବେ କିନ୍ତୁ କେତେକ ସମୟରେ ଆମେ ସାଥିହୋଇ ଲୁଡୁ ଏବଂ କ୍ୟାରମ ଖେଳୁଛୁ। ଏଥିରୁ ବହୁତ ଆନନ୍ଦ ମଧ୍ୟ ମିଳୁଛି“। ଜଣେ ଅନ୍ତର୍ଜାତୀୟ କରାଟେକା ଭାବରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜକୁ ଫିଟ୍‌ ରଖିବା ଜରୁରୀ ବୋଲି ମଧ୍ୟ ସ୍ବୀକାର କରିଛନ୍ତି ଭାଲେନା। ”ଘରେ ୨୪ ଘଣ୍ଟା ରହୁଥିବାରୁ ସ୍ବାଭାବିକଭାବେ ଭୋକ ବେଶି ହେଉଛି। ତେଣୁ ଅଧିକ ଖାଇବା ଦ୍ୱାରା ଫିଟ୍‌ନେସ ଭାରସାମ୍ୟ ବିଗିଡ଼ିବା ସମ୍ଭାବନା ରହିଛି। ତେଣୁ ଖାଇବାରେ କଣ୍ଟ୍ରୋଲ କରିବା ସହ ସକାଳେ ୧ ଘଣ୍ଟା ଏବଂ ସନ୍ଧ୍ୟାରେ ୧ ଘଣ୍ଟା ଫିଟ୍‌ନେସ ଟ୍ରେନିଂ କରୁଛି। ଟିଭି ଏବଂ ୟୁଟ୍ୟୁବ୍‌ ଦେଖି କିଛି ସମୟ ଯୋଗ କରୁଛି। ଛାତ ଉପରେ କିଛି ସମୟ ରନିଂ ଏବଂ ଜଗିଂ କରୁଛି। ମାଂସପେଶୀର ଶକ୍ତିକୁ ପୂର୍ବପରିି ବଜାୟ ରଖିବା ପାଇଁ ଆବଶ୍ୟକ ଷ୍ଟ୍ରେନ୍ଥ ଟ୍ରେନିଂ କରୁଛି । ଘରେ ଆମର ପାରା ଅଛନ୍ତି। ତାଙ୍କୁ ଖାଦ୍ୟ ଖୁଆଇ ମଧ୍ୟ ଆନନ୍ଦ ଅନୁଭବ କରୁଛି। ସମୟ ପାାଇଲେ ଭାଇ ସହିତ ଟିକ୍‌ଟକ୍‌ ଭିଡିଓ ମଧ୍ୟ କରୁଛି“ ବୋଲି ଭାଲେଣ୍ଟିନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri