‘ପିଲାଙ୍କ ମନ ଜିଣିବା ଖୁସି ନିଆରା’

(ଦୀପ୍ତିରଞ୍ଜନ ନାୟକ)
ଆରଡି, ୨୩।୫ (ଡି.ଏନ.ଏ.)- ହସହସ ମୁହଁ। ହାତରେ ଡମ୍ବରୁ। ମୁଣ୍ଡରେ ଧଳାଟୋପି ା କମରରେ ଭିଡ଼ା ହୋଇଥିବ ଗାମୁଛା। ଏଭଳି ନିଆରା ବେଶଭୂଷାରେ ୪୦ବର୍ଷ ଧରି ସବୁ ପିଲାଙ୍କ ମନ ଜିଣି ଆଇସକ୍ରିମ ବିକି ପରିବାର ଚଳାଉଛନ୍ତି ନାରାୟଣ ଦଳାଇ(୫୬)। ଦୀର୍ଘ ୩୭ ବର୍ଷ ଧରି ସେ ସାଇକେଲରେ ବିଭିନ୍ନ ଅଞ୍ଚଳ ବୁଲି ଆଇସକ୍ରିମ ବିକୁଥିଲେ। ୩ ବର୍ଷ ହେଲା ସେ ଲୁନାରେ ବେପାର ଚଳାଇଛନ୍ତି। ଖରାଦିନ ଆସିଲେ ସେ ସକାଳୁ ସକାଳୁ ଆଇସକ୍ରିମ ବିକିବାକୁ ଘରୁ ବାହାରି ପଡ଼ନ୍ତି। ଖରାଦିନ ସରିଗଲେ ଅନ୍ୟ ସମୟରେ ବିରି, ମୁଗ, ବାଦାମ, ତେନ୍ତୁଳି ଖଟା ଭଳି ବିଭିନ୍ନ ସାମଗ୍ରୀ ଫେରି କରି ବେଶ୍‌ ଦୁଇପଇସା କମାନ୍ତି।
ନାରାୟଣଙ୍କ ଘର ପଡ଼ୋଶୀ ଯାଜପୁର ଜିଲାର ମଙ୍ଗଳପୁର ସନ୍ନିକଟ ଥାଲକୁଡ଼ି ଗଁାରେ। ସେ ଦୀର୍ଘଦିନ ଧରି ଭଦ୍ରକ ଜିଲାର ଆରଡ଼ି ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି। ସେ ପ୍ରତିଦିନ କୁଳେଇପଦା, ଚମ୍ପାସାହି, ପାରଡିଆ, କୋଇଲଖା, ଭୂଇଁପୁର, ଓଳଗ, ଷାଠିବାଙ୍କୁଡା ଗଁା ଆଦି ବୁଲୁଥିବାରୁ ସବୁ ଲୋକେ ତାଙ୍କୁ ଚିହ୍ନନ୍ତି। କିଏ ତାଙ୍କୁ ନାରଣ ଡାକେ ତ ଆଉ କିଏ ନାରଣା ଭାଇ ଓ ନାରଣ ଦାଦା ବୋଲି ସମ୍ବୋଧନ କରନ୍ତି। ଜଣେ ସଚ୍ଚୋଟ, ଶାନ୍ତ ଓ ସରଳ ମଣିଷ ଭାବେ ସେ ଅଞ୍ଚଳରେ ଜଣାଶୁଣା। ଆଇସ୍‌କ୍ରିମ ବ୍ୟବସାୟରେ ଅଧିକ ଲାଭ କରିବା ଆଶା ନ ରଖି ସେ ପିଲାଙ୍କୁ ଖୁସି ବାଣ୍ଟିଥାନ୍ତି। କୌଣସି ପିଲା ଆଇସକ୍ରିମ ଖାଇବାକୁ କାନ୍ଦିଲେ ବିନା ପଇସାରେ ତାକୁ ଆଇସକ୍ରିମ ଦେଇଥାନ୍ତି। ଖରା ବେଳେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ଲାଗି ଗଁା ଲୋକଙ୍କ ପିଣ୍ଡାରେ ଆଶ୍ରୟ ନିଅନ୍ତି। ସୁଯୋଗ ପାଇଲେ ସେ ପିଲାଙ୍କୁ ବିଭିନ୍ନ ଗପ ଶୁଣାଇଥାନ୍ତି। ନାରାୟଣ କହନ୍ତି, ତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ମୁଣ୍ଡ ଉପରେ ପରିବାର ବୋଝ ପଡ଼ିଥିଲା। ତୀର୍ଥସ୍ଥାନ ଆରଡ଼ି ଓ ଏହା ଆଖପାଖ ଅଞ୍ଚଳରେ ସେ ଆଇସକ୍ରିମ ବିକିବା ଆରମ୍ଭ କରିଥିଲେ। ନୂଆକରି ଖୋଲିଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ମାଲିକଙ୍କ ସହ କଥାବାର୍ତ୍ତା କରି ୧୯୮୦ ମସିହାରେ ସେ ସାଇକେଲରେ ଆଇସକ୍ରିମ ପେଟି ବାନ୍ଧି ବ୍ୟବସାୟ ଆରମ୍ଭ କରିିଥିଲେ। ପ୍ରଥମ ଦିନ ମାତ୍ର ୨ ଘଣ୍ଟାରେ ତାଙ୍କର ସମସ୍ତ ଆଇସକ୍ରିମ ବିକ୍ରି ହୋଇଯାଇଥିଲା। ଏଥିରେ ମାଲିକ ଖୁସିହୋଇ ତାଙ୍କର ରୋଜ ୩୦ ଟଙ୍କା ବ୍ୟତୀତ ଅଧିକ ୫ ଟଙ୍କା ଦେଇଥିଲେ। ଏହା ପରେ ସେ ପଦ୍ମାବତୀଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରି ଆସୁଛନ୍ତି। ତାଙ୍କର ୨ ପୁଅ ଓ ୨ ଝିଅ। ସମସ୍ତଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିଛନ୍ତି ନାରାୟଣ। ୨ ଝିଅ ଓ ବଡ଼ପୁଅ ବାହା ହୋଇ ଯାଇଛନ୍ତି। ଏବେ ୭ ବର୍ଷର ନାତି ସହ ନାରାୟଣ ସନ୍ଧ୍ୟା ସମୟ କାଟୁଛନ୍ତି। ବେପାର ସାରି ଫେରିଲା ବେଳେ ନାତି ପାଇଁ ଚକୋଲେଟ କିଣି ଆଣନ୍ତି। ପୁଅମାନେ ରୋଜଗାର କରିବା ପରେ ୩ ବଖରା ବନାଇଛନ୍ତି। ପିଲାଙ୍କ ମନ ଜିଣିବା ଖୁସି ସବୁଠାରୁ ନିଆରା ବୋଲି ସେ କହିଛନ୍ତି। ଏଥର ଟାଣ ଖରା ହେଉଥିବାରୁ ଦୂର ଗଁାକୁ ଯାଇ ଆଇସକ୍ରିମ ନ ବିକିବାକୁ ଘର ଲୋକେ ମନା କରୁଛନ୍ତି। କିନ୍ତୁ ହାତଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ସେ ପିଲାଙ୍କୁ ସ୍ନେହ ମମତା ବାଣ୍ଟିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri