Categories: ଫୁରସତ

ପିଲାଙ୍କ ପାଠପଢ଼ା ଶେଷ ପରେ ୫୫ ବର୍ଷରେ ଆଇନରେ ଡିଗ୍ରୀ ସହ ୪ ଗୋଲ୍ଡ ମେଡାଲ ହାସଲ କଲେ ମହିଳା

ଗାନ୍ଧିନଗର,୩୦।୧: ପାଠପଢ଼ାର କୌଣସି ବୟସ ନ ଥାଏ। ଯେ କୌଣସି ବୟସରେ ମଧ୍ୟ ଜଣେ ପାଠପଢ଼ି ପାରିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁଜରାଟର ୫୫ ବର୍ଷ ବୟସ୍କା ନୀତି ରାଓ୍ବଲ। ଗୃହିଣୀ ଭାବେ ୩୦ ବର୍ଷ ଘରକାମରେ ବ୍ୟସ୍ତ ରହି ସେ ପାଠ ପଢ଼ାଠାରୁ ଦୂରେଇ ଯାଇଥିଲେ। ଇତିମଧ୍ୟରେ ତାଙ୍କର ଝିଅ-ପୁଅଙ୍କ ପାଠପଢ଼ା ଶେଷ ହୋଇଥିଲା। ଦୁହେଁ ଆଇନରେ ଡିଗ୍ରୀ ହାସଲ କରିଥିଲେ। ଝିଅର ବିବାହ ହେବାପରେ ପୁଅ ମୁମ୍ବାଇରେ ଏକ ଲ ଫାର୍ମରେ ଚାକିରି କରିଛନ୍ତି। ଘରେ ଏକା ବସି ବସି ନୀତିଙ୍କୁ ବ୍ୟସ୍ତ ଲାଗିବାରୁ ସେ ସ୍ବାମୀ ମୋଲିନ ରାଓ୍ବଲଙ୍କୁ ଏନେଇ କହିଥିଲେ। ଏକୁଟିଆପଣ ଦୂର କରିବା ପାଇଁ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ପାଠପଢ଼ା ପ୍ରତି ତାଙ୍କର ଝୁଙ୍କ୍‌ ଯୋଗୁ ସେ ସଫଳତା ସହିତ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ଦୀକ୍ଷାନ୍ତ ସମାରୋହରେ ନୀତିଙ୍କୁ ୪ଟି ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି।

Share