ଭୁବନେଶ୍ୱର, ୨୨।୪ (ବ୍ୟୁରୋ): ଦର୍ଶକଙ୍କ ପରାମର୍ଶ ତଥା ଅନୁରୋଧକୁ ରକ୍ଷାକରି ବିଶ୍ୱର ସର୍ବବୃହତ୍ ଭିଡ଼ିଓ ଷ୍ଟ୍ରିମିଂ ସର୍ଭିସ୍ ‘ନେଟ୍ଫ୍ଲିକ୍ସ’ ତା’ର ଫିଚର୍ ଓ ସେବାରେ ପରିବର୍ତ୍ତନ ଆଣିବ। ବିଶେଷକରି ବୟସ୍କ, ମାତାପିତା ଓ ଅଭିଭାବକଙ୍କ ସୁବିଧା ଲାଗି ଏହାର ପରିଚାଳନାକୁ ପୂର୍ବାପେକ୍ଷା ଅଧିକ ବ୍ୟବସ୍ଥିତ ଏବଂ ସୁରକ୍ଷିତ କରାଯିବ। ପିଲାମାନେ ଯେପରି ଏହାକୁ ସହଜରେ ଖୋଲି ନ ପାରିବେ ସେଥିଲାଗି ବ୍ୟକ୍ତିଗତ ପ୍ରୋଫାଇଲ୍କୁ ପିନ୍ ଦ୍ୱାରା ସୁରକ୍ଷିତ କରିବା ଲାଗି ସ୍ବତନ୍ତ୍ର ଫିଚର୍ ଯୋଡ଼ାଯିବ। ଏହାସହ ପିଲାଙ୍କ ବୟସ ଅନୁଯାୟୀ କଣ୍ଟେଣ୍ଟ୍ ତଥା ଶୋ’ ଏବଂ ଫିଲ୍ମ ଫିଲ୍ଟର୍ କରିବାର ସୁବିଧା ମଧ୍ୟ ରହିବ। ଏହି ସ୍ବତନ୍ତ୍ର ଫିଲ୍ଟର ଦ୍ୱାରା ବ୍ଲକ୍ କରିଥିବା ଫିଲ୍ମ କିମ୍ବା ସିରିଜ ଆଉ ପ୍ରୋଫାଇଲ୍ରେ ଦେଖାଇବ ନାହିଁ।
ନୂତନଭାବେ ଯୋଡ଼ାଯିବାକୁ ଥିବା ’ପ୍ରୋଫାଇଲ୍ ଆଣ୍ଡ୍ ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ସ’ ହବ୍ ଦ୍ୱାରା ପ୍ରତି ପ୍ରୋଫାଇଲ୍କୁ ବ୍ୟବସ୍ଥିତ କରିହେବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଫାଇଲ୍ କରି ସେମାନେ କ’ଣ ଦେଖୁଛନ୍ତି ତାହାଉପରେ ନଜର ରଖାଯାଇପାରିବ। ଯେକୌଣସି ଲାପଟପ୍ କିମ୍ବା ମୋବାଇଲ୍ ବ୍ରାଉଜର୍କୁ ଯାଇ ନେଟ୍ଫ୍ଲିକ୍ସର ଆକାଉଣ୍ଟ ସେଟିଙ୍ଗ୍ରେ ଏହିସବୁ ପରିବର୍ତ୍ତନ ଆଣିହେବ। ଅନ୍ଲାଇନ୍ ସେଫ୍ଟି ବା ସୁରକ୍ଷା ସମସ୍ତଙ୍କ ଚିନ୍ତାର କାରଣ ହୋଇଥିବାରୁ ପିଲାଙ୍କ ପାଇଁ ନେଟ୍ଫ୍ଲିକ୍ସକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ଫିଚର୍ ଅଣାଯାଇଥିବା ନେଟ୍ଫ୍ଲିକ୍ସ ପକ୍ଷରୁ କୁହାଯାଇଛି। ଲକ୍ଡାଉନ୍ ଯୋଗୁ ସମଗ୍ର ବିଶ୍ୱରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କମାନେ ଏବେ ମନୋରଞ୍ଜନ ପାଇଁ ନେଟ୍ଫ୍ଲିକ୍ସ ବ୍ୟବହାର କରୁଛନ୍ତି। ଏଭଳିସ୍ଥଳେ ପିଲାମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନେଟ୍ଫ୍ଲିକ୍ସ ପକ୍ଷରୁ ଏକାଧିକ କିଡ୍ସ୍ ଏବଂ ପାରିବାରିକ ଫିଲ୍ମ ଓ ଟେଲିଭିଜନ ଶୋ’ର ଷ୍ଟ୍ରିମିଂ କରାଯାଉଛି। ବହୁଚର୍ଚ୍ଚିତ ଆନିମେଟେଡ୍ ଫିଲ୍ମ ‘କ୍ଲସ୍’, ’କାର୍ମେନ୍ ସାଣ୍ଡିଏଗୋ: ଟୁ ଷ୍ଟିଲ୍ ଅର୍ ନଟ୍ ଟୁ ଷ୍ଟିଲ୍’ ଭଳି ଇଣ୍ଟର୍ଆକ୍ଟିଭି ଶୋ’ ଏବଂ ’ବସ୍ ବେବି’ ଭଳି ସିରିଜ୍ ପିଲାମାନେ ଦେଖିପାରିବେ। ସେହିଭଳି ’ମାଇଟି ଲିଟିଲ୍ ଭିମ୍’ ମଧ୍ୟ ନେଟ୍ଫ୍ଲିକ୍ସରେ ଦେଖିହେବ।
ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...
ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି
ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା
ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ
ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...
Archives


