ପିଲାଙ୍କୁ ଶିଖାନ୍ତୁ…

ଛୋଟ ପିଲାମାନେ କୋମଳମତି । କେତେକ ବିଷୟ ପ୍ରତି ଯଦି ସେମାନେ ପିଲାଟି ଦିନରୁ ସଚେତନ ହେବେ ତେବେ ତାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ୍‌ ଲାଭପ୍ରଦ ହେବ। ସେ ସମ୍ପର୍କରେ ଟିପ୍ସ..
ଲାଇଟ୍‌ ବନ୍ଦ କରିବା
ଆପଣ ପିଲାକୁ ଇକୋ ଫ୍ରେଣ୍ଡ୍‌ଲି ହେବା ପାଇଁ ଶିଖାନ୍ତୁ। ଯଦି ଆବଶ୍ୟକ ନାହିଁ ତେବେ ଲାଇଟ୍‌ ହେଉ ଅବା ଫ୍ୟାନ୍‌ ସୁଇଚ୍‌ ବନ୍ଦ କରିବାକୁ ସେମାନଙ୍କୁ ଶିଖାନ୍ତୁ। ଏହାଦ୍ୱାରା ଇଲେକ୍ଟ୍ରି ସଞ୍ଚୟ ହୋଇପାରିବ।
ଟ୍ୟାପ୍‌ ବନ୍ଦ କରିବା
ପିଲାକୁ ବ୍ରଶ୍‌ କଲାବେଳେ କିମ୍ବା ନିଜେ ଗାଧୋଇବା ସମୟରେ ପାଣି ସଞ୍ଚୟ ବିଷୟରେ ସୂଚନା ଦିଅନ୍ତୁ। ଅନେକ ସମୟରେ ସେମାନେ ପାଣି ବ୍ୟବହାର କରୁ ନ ଥିଲେ ମଧ୍ୟ ଟ୍ୟାପ୍‌ ଖୋଲା ରଖିଥାଆନ୍ତି। ଏହାଦ୍ୱାରା ପାଣିର ଅଯଥା ଅପଚୟ ହୋଇଥାଏ। ତେଣୁ ଆବଶ୍ୟକ ନ ଥିଲେ ପାଣି ଟ୍ୟାପ୍‌ ବନ୍ଦ ରଖିବାକୁ ସେମାନଙ୍କୁ ଶିଖାନ୍ତୁ।
ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ କରିବା
କିଚେନ୍‌ରେ ପ୍ଲାଷ୍ଟିକ୍‌ କଣ୍ଟେନର ବଦଳରେ ଗ୍ଲାସ କଣ୍ଟେନର ବ୍ୟବହାର କରନ୍ତୁ। ପିଲାମାନଙ୍କ ଖେଳନା ପ୍ଲାଷ୍ଟିକ୍‌ ବଦଳରେ କାଠର ବାଛନ୍ତୁ। ଗ୍ରୋସେରି ଶପିଂ କରିବାକୁ ଗଲେ ବି କପଡା ବ୍ୟାଗ୍‌ ନେଇ ଯାଅନ୍ତୁ।
କିଚେନ୍‌ରେ ଅର୍ଗାନିକ୍‌ ଜିନିଷର ବ୍ୟବହାର କରନ୍ତୁ
ଛୋଟ କିଚେନ୍‌ ଗାର୍ଡେନ୍‌ ପ୍ରସ୍ତୁତ କରନ୍ତୁ। ଯଦି ମାର୍କେଟକୁ ଶପିଂ ପାଇଁ ଯାଉଛନ୍ତି ତେବେ ସାଙ୍ଗରେ ପିଲାକୁ ନିଅନ୍ତୁ।
ପ୍ରକୃତି ପାଖକୁ ନିଅନ୍ତୁ ପିଲାକୁ
ଆପଣଙ୍କ ଓ୍ବିକ୍‌ ଏଣ୍ଡ୍‌ ବା ଫ୍ରି ସମୟରେ ସନ୍ଧ୍ୟାବେଳେ ପିଲାଙ୍କୁ ପାର୍କ କିମ୍ବା ସବୁଜବନାନୀ ଘେରା ଜାଗା ବା ସମୁଦ୍ରକୂଳକୁ ବୁଲାଇବାକୁ ନିଅନ୍ତୁ। ଏହାଦ୍ୱାରା ସେମାନଙ୍କ ମାଇଣ୍ଡ ଫ୍ରେଶ୍‌ ହୋଇଥାଏ ଏବଂ ପରିବେଶ ସମ୍ପର୍କିତ ଜ୍ଞାନ ମଧ୍ୟ ସେମାନେ ଅର୍ଜନ କରିପାରନ୍ତି। ଅଦରକାରୀ ଜିନିଷରୁ କିଛି କ୍ରିଏଟିଭ୍‌ ତିଆରି କରିବା
ବ୍ୟାଗ୍‌, ପୁରୁଣା କପଡା,ଖବରକାଗଜ, କଣ୍ଟେନରରୁ କିଛି ନୂଆ କରିବାକୁ ଉତ୍ସାହିତ କରନ୍ତୁ। ଏହି ଅଦରକାରୀ ଜିନିଷରୁ ପ୍ୟାନ୍‌ ହୋଲ୍ଡର, ବୁକ୍‌ ହୋଲ୍ଡର ଗିଫ୍ଟ ର଼୍ୟାପ୍ସ ଆଦି ପ୍ରସ୍ତୁତ କରିବାକୁ କହିପାରନ୍ତି।