Categories: ଜାତୀୟ

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ ପିଲାଙ୍କୁ ପଢ଼ାନ୍ତି। ତେବେ ମାସିକ ଫି ବାବଦରେ ସେ ପିଲାଙ୍କୁ ୧୮ଟି ଗଛ ସହରର ବିଭିନ୍ନ ସ୍ଥାନରେ ଲଗାଇବାକୁ ପରାମର୍ଶ ଦେଇଥାନ୍ତି। ୨୦୦୮ଠାରୁ ସୁମନ ଏଭଳି ପ୍ରୟାସ ଜାରି ରଖିଛନ୍ତି। ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟ ନେଇ ସେ ଏଭଳି କାର୍ଯ୍ୟ କରୁଥିବାବେଳେ ତାଙ୍କର ଏହି କାର୍ଯ୍ୟ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share