ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍‌ ହାସ୍‌ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ ଆଜିକାଲି ଏକଦମ୍‌ ବ୍ୟସ୍ତ ଅଛନ୍ତି। ନିଜ ଅପ୍‌କମିଂ ଫିଲ୍ମ ‘ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍‌। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍‌କାର ସମୟରେ ସେ କିଛି ମତାମତ ଓ ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ।
ଫିଲ୍ମ ପ୍ରମୋଶନ ଅବସରରେ ଗଣମାଧ୍ୟମର କିଛି ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଇମ୍ରାନ୍‌। ଆମ ଦେଶରେ ନାବାଳିକା,ନାବାଳକଙ୍କୁ କ’ଣ ଦେଖିବା ଉଚିତ ବୋଲି ପଚରା ଯିବାରୁ ସେ ମଜାଦାର ଉତ୍ତର ଦେଇଥିଲେ। ଇମ୍ରାନ୍‌ ପିଲାମାନେ କ’ଣ ଦେଖିବା ଉଚିତ୍‌ ସେ କଥା ଯଦିଓ କହି ନ ଥିଲେ, ତେବେ ପିଲାମାନେ କ’ଣ ନ ଦେଖିବା ଉଚିତ୍‌ ସେ କଥା ସଫା ସଫା କହିଥିଲେ। ସେ କହିଥିଲେ, ପିଲାମାନେ ମୋ ଫିଲ୍ମ ଦେଖିବା ଉଚିତ୍‌ ନୁହେଁ। ଦେଶର ନାବାଳକମାନେ ମୋ ଫିଲ୍ମ କେବେ ବି ନ ଦେଖନ୍ତୁ ବୋଲି ଇମ୍ରାନ ପ୍ରତିକ୍ରିୟା ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୋ ଫିଲ୍ମ ‘ଦ ବଡି’ ମଧ୍ୟ ଏ(A) ସାର୍ଟିଫିକେଟ୍‌ ଫିଲ୍ମ ଅଟେ। ଏହାକୁ ମଧ୍ୟ ପିଲାମାନେ ଦେଖିବା ଉଚିତ ନୁହେଁ। ତେବେ ଫିଲ୍ମଟି ବେଶ୍‌ ମଜାଦାର ଆଉ ସସ୍‌ପେନ୍ସରେ ଭରପୂର, ଯେଉଁଥିରେ ଦର୍ଶକ ଗୋଟିଏ ସିନ୍‌ ପରେ ଆଗକୁ କ’ଣ ହେବ ତାହା ଅନୁମାନ ମଧ୍ୟ କରିପାରିବେ ନାହିଁ। ସେହିପରି କଳାକାରଙ୍କୁ ଫିଲ୍ମରେ ଅଭିନୟର ସୁଯୋଗ ପାଇବାକୁ ନିର୍ଦ୍ଦେଶକଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ ବୋଲି ଏକ ପ୍ରଶ୍ନରେ ମଧ୍ୟ ଇମ୍ରାନ୍‌ ସ୍ପଷ୍ଟ ଉତ୍ତର ଦେଇଥିଲେ। ସେ କହିଥିଲେ, ହଁ, ବେଳେ ବେଳେ କାମ ହାସଲ କରିବାକୁ ସେଟ୍‌ରେ ନିର୍ଦ୍ଦେଶକଙ୍କ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ। ‘ଦ ବଡି’ ଫିଲ୍ମରେ ଇମ୍ରାନ୍‌ଙ୍କ ବ୍ୟତୀତ ଋଷି କପୁର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଫିଲ୍ମଟି ୨୦୧୨ରେ ରିଲିଜ୍‌ ସ୍ପାନିଶ୍‌ ଫିଲ୍ମ ‘ଦ ବଡି’ର ହିନ୍ଦୀ ରିମେକ୍‌ ହୋଇଥିବାବେଳେ ଡିସେମ୍ବର ୧୩ରେ ଏହା ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri