ପିବିଡିଏରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ: ଜିଲାପାଳଙ୍କୁ ଜଣାଇଲେ କୃଷି ଅଧିକାରୀ

ପାଲଲହଡ଼ା, ୨୭ା୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ପାଉଡି ଭୂୟାଁ ଜନଜାତିଙ୍କ ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା (ପିବିଡିଏ) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୁଇ ବର୍ଷ ହେବ ସରକାର ଓପିଲିପି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ଭୁବନେଶ୍ୱରର ଏକ ଏନ୍‌ଜିଓ ଆଇଆରଡିଏମ୍‌ଏସ୍‌ (ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡେଭେଲପମେଣ୍ଡ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ) କାର୍ଯ୍ୟକାରୀ କରୁଛି। ହେଲେ ଆଇଆରଡିଏମ୍‌ଏସ୍‌ର ପ୍ରକଳ୍ପ ପରିଚାଳକ ଏବଂ ପିବିଡିଏର ସ୍ବତନ୍ତ୍ର ଅଧିକାରୀ ବିଭିନ୍ନ ପ୍ରକଳ୍ପ ପାଇଁ ଆସୁଥିବା ଟଙ୍କାକୁ ଠିକ ଭାବେ ଖର୍ଚ୍ଚ ନ କରି ଅର୍ଥ ହେରଫେର ସହ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ଆଣିଛନ୍ତି ଆଇଆରଡିଏମ୍‌ଏସ୍‌ର କନିଷ୍ଠ କୃଷି ଅଧିକାରୀ ଅବିନାଶ ଦାସ। ଏ ସମ୍ପର୍କରେ ସେ ପିବିଡିଏର ଅଧ୍ୟକ୍ଷ ତଥା ଅନୁଗୋଳ ଜିଲାପାଳ, ଉପାଧ୍ୟକ୍ଷ ତଥା ପାଲଲହଡ଼ା ଉପଜିଲାପାଳ, ଢେଙ୍କାନାଳ ଏମ୍‌ପି ଏବଂ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଆଦିବାସୀମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ ରୁଗୁଡ଼ିହ, ଶିଗଡ, ନଗିରା ଏବଂ ନୂଆଡ଼ିହ ଗ୍ରାମରେ ଯୋଜନା ଅଧୀନରେ ଦୁଇ ଦୁଇଟି ମୁଢି କଳ, ଧାନ କଳ ସ୍ଥାପନ କରାଯାଇଛି। ହେଲେ ଏହାର ଯନ୍ତ୍ରାଂଶ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଏଗୁଡିକୁ ବଜ଼ାର ଦରଠାରୁ ଚଢାଦରରେ କିଣାଯାଇଛି। ପ୍ରକଳ୍ପ ଅଧୀନରେ ଚାଷ ପାଇଁ ପାଉଡି ଭୂୟାଁମାନଙ୍କୁ ଦିଆଯାଉଥିବା ଅଦା, ବିରି ଓ ଅନ୍ୟାନ୍ୟ ବିହନ ନିମ୍ନମାନର ଯୋଗାଣକରି ଲକ୍ଷ ଲକ୍ଷ ଟଙ୍କା ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଡପ କରିଥିବା ଦାସ ଅଭିଯୋଗ ଆଣିଛନ୍ତି। ସେହିପରି କାର୍ଯ୍ୟାଳୟ ପାଇଁ ବିନା ଟେଣ୍ଡରରେ ଖୋଲା ବଜ଼ାର ଦର ଠାରୁ ଚଢାଦରରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ କିଣାଯାଇଛି। ଯେଉଁଥିପାଇଁ ସଂସ୍ଥାକୁ ବହୁ ଟଙ୍କାର କ୍ଷତି ସହିବାକୁ ପଡିଛି I ୧୦ ଲକ୍ଷ ଲେଖାଏଁ ଟଙ୍କା ବ୍ୟୟରେ ଡାଲୋ ଏବଂ କୋଳିପାଳ ଗ୍ରାମରେ ଦୁଇଟି ଆଦର୍ଶ ନର୍ସରୀ ନିର୍ମାଣ କରାଯାଇଥିବାବେଳେ କୃଷି ଅଧିକାରୀଙ୍କ ବିନା ପରାମର୍ଶ ଏବଂ ଆଂଶିକ କାମ କରି ଅଧାରୁ ଅଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ସମସ୍ତ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ପ୍ରକଳ୍ପ ପରିଚାଳକ ନିଜ ଇଚ୍ଛାରେ ଟଙ୍କା ଖର୍ଚ୍ଚ କରିବା ସହ ଅର୍ଥ ଆତ୍ମସାତ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ତାଙ୍କ ଫୋନ ନମ୍ବର ୭୦୭୭୫୩୮୪୬୫, ୬୩୭୨୬୯୭୯୦୭ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସୁଇଚ ଅଫ ଥିବାରୁ ମତାମତ ମିଳିପାରିନାହିଁ। ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ କୁହନ୍ତି, ଉକ୍ତ ଏନଜିଓ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଛି। କିଛି ଦୁର୍ନୀତିର ପ୍ରମାଣ ମଧ୍ୟ ମିଳିଛି। ଏବେ ଆସିଥିବା କନିଷ୍ଠ କୃଷି ଅଧିକାରୀଙ୍କ ଅଭିଯୋଗର ତଦନ୍ତ ହେବ। ତଦନ୍ତ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri