Categories: ଗଞ୍ଜାମ

ପିପି, ଏପିପିଙ୍କ ସହ ଆଲୋଚନା: ଦଣ୍ଡ ହାର ବୃଦ୍ଧି ଉପରେ ଏସ୍‌ପିଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଜିଲାର ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି), ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର(ଏପିପି)ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ ଚାଲିଥିବା ଏହି ଆଲୋଚନା ବେଳେ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉତ୍‌ଥାପନ କରାଯାଇଥିଲା । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କିଭଳି ଦଣ୍ଡହାର ବୃଦ୍ଧି ପାଇବ ତଥା ଦୋଷୀ ଦଣ୍ଡ ପାଇବେ ତାହା ଉପରେ ଏସ୍‌ପି ଗୁରୁତ୍ୱାରୋପ କରିଥିଲେ । ଜିଲାର ବିଭିନ୍ନ କୋର୍ଟରେ ସାକ୍ଷୀ ବିଚାର ସମୟରେ ହେଉଥିବା ବିଭିନ୍ନ ସମସ୍ୟା ତଥା ପ୍ରମାଣ ଅଭାବରୁ ଖଲାସ ହେଉଛନ୍ତି ବୋଲି ଗଞ୍ଜାମ ପିପି ତ୍ରିଲୋଚନ ପରିଡ଼ା କହିଥିଲେ। ଏ ସମ୍ପର୍କରେ ସେ ଏସ୍‌ପିଙ୍କୁ ଅବଗତ କରାଇବା ସହ ପୋଲିସର ସହଯୋଗ ଲୋଡିଥିଲେ । ଗତବର୍ଷ ଜିଲାରେ ଥିବା ବିଭିନ୍ନ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଦଣ୍ଡ ବିଧାନ ହେବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିଥିବାରୁ ଏସପି ରଏ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଏସ୍‌ପିଙ୍କୁ ପୁଷ୍ପଗୁଛ ଦିଆଯାଇ ନୂତନବର୍ଷର ଶୁଭେଛା ଜଣାଯାଇଥିଲା । ପରେ ପିପି ପରିଡାଙ୍କ ନେତୃତ୍ୱରେ ଏହି ଟିମ୍‌ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ୨୦୨୦ ମସିହାରେ ଜିଲାରେ ପୂର୍ବବର୍ଷ ଅପେକ୍ଷା ଆଇନଶୃଙ୍ଖଳା ସ୍ଥିତିରେ କିପରି ସୁଧାର ଘଟିବ ତାହା ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁଙ୍କୁ ମଧ୍ୟ ଉକ୍ତ ଟିମ୍‌ ଭେଟି ଗଞ୍ଜାମ ପବ୍ଲିକ୍‌ ପ୍ରୋସିକ୍ୟୁଟରଙ୍କ ଅଫିସର ବିଭିନ୍ନ ସମସ୍ୟା ଜଣାଇଥିଲେ । ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ଗଞ୍ଜାମ ପିପି ତ୍ରିଲୋଚନ ପରିଡା, ବ୍ରହ୍ମପୁରର ବହୁ ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର ତଥା ଛତ୍ରପୁର ଏସଡିଜେଏମ୍‌ କୋର୍ଟର ଏପିପି ରାଜେଶ କୁମାର ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ସୌରୀ ପ୍ରସାଦ ବେହେରା, ସିଭିଲ ଜଜ୍‌ ସିନିୟର ଡିଭିଜନର ଏପିପି ପ୍ରଦୀପ ପାତ୍ର, ସ୍ପେଶାଲ ପିପି ଡମିନାଥ ସାହୁ ଓ ସରକାରୀ ଓକିଲ ସୁରେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।