ପିପିଲିରେ ଉପଦ୍ରବ ଘଟାଇବା ପରେ ଭୁବନେଶ୍ୱରରେ ପହଞ୍ଚିଲା ଦନ୍ତା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ପୁରୀ ଜିଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଗତ ୩ ଦିନ ଧରି ତାଣ୍ଡବ ରଚିଥିବା ଦନ୍ତା ଏବେ ଭୁବନେଶ୍ୱରରେ। ରବିବାର ରାତିରେ ପିପିଲିରୁ ଚନ୍ଦକା ଯିବା ରାସ୍ତାରେ କଳିଙ୍ଗ ବିହାରରେ ଥିବା ଏମ୍‌ସିଏଲ ଗାର୍ଡେନ ଭିତରେ ହାତୀଟି ଆଶ୍ରୟ ନେଇଛି। ଚାରିପଟେ ବନ ବିଭାଗ ତରଫରୁ କର୍ଡନ କରାଯାଇଛି। ସନ୍ଧ୍ୟା ପରେ ହାତୀକୁ ସହର ବାହାରକୁ ଘଉଡାଇବା କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏ ନେଇ କଳିଙ୍ଗ ବିହାର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ପ୍ରକାଶ ଯେ, ଦନ୍ତା ହାତୀ ଉପଦ୍ରବରେ ରବିବାର ପିପିଲି ଅଞ୍ଚଳର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।