ଫ୍ୟାଶନେବଲ୍ ଲାଗିବା ପାଇଁ ଅନେକେ ବିଭିନ୍ନ ଅଜବ ପୋଷାକ ପିନ୍ଧି ଥାଆନ୍ତି। ଫ୍ୟାଶନ ଶୋ’ରେ ବି ମଡେଲଙ୍କୁ କପଡା ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷରେ ତିଆରି ଅଜବ ପୋଷାକ ପିନ୍ଧି ର଼୍ୟାମ୍ପରେ ଚାଲିବା ଦେଖିଥିବେ। ତେବେ ନିକଟରେ ଏମିତି ଏକ ପୋଷାକ ତିଆରି ହୋଇଛି, ଯାହା ସମ୍ପର୍କରେ ଜାଣିଲେ ଯେକେହି ଚକିତ ହୋଇଯିବେ। କାରଣ ଏ ହେଉଛି ପୃଥିବୀର ପ୍ରଥମ ପିନ୍ଧା ଯାଇପାରୁଥିବା ବଗିଚା। ଅର୍ଥାତ୍ ଏପରି ଏକ ବଗିଚା ତିଆରି କରାଯାଇଛି, ଯାହାକୁ ପୋଷାକ ପରି ପିନ୍ଧିହେବ। ଆମେରିକା, ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିଜାଇନର୍ ଅରୁସିଆକ୍ ଗେବ୍ରିୟଲନ୍ ଏହି ବଗିଚାକୁ ଡିଜାଇନ୍ କରିଛନ୍ତି। ଡିଜାଇନର୍ ଅରୁସିଆକ୍ ସବୁବେଳେ କହନ୍ତି ‘ଗ୍ରୋ ୟୋର୍ ଓନ୍ ଫୁଡ୍’। ଏହି ଆଧାରରେ ସେ ତିଆରି କରିଛନ୍ତି ପିନ୍ଧାଯାଇ ପାରୁଥିବା ଏହି ବଗିଚା। ତେବେ ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଯେଉଁ ଫଳମୂଳ ଉତ୍ପାଦିତ ହୁଏ ସେଥିରେ ନିଜ ମୂତ୍ରଦ୍ୱାରା ସିଞ୍ଚନ କରାଯାଏ। ଫ୍ରାନ୍ସର ଉଦ୍ଭିଦ ବିଜ୍ଞାନୀ ପ୍ୟାଟ୍ରିକ୍ ବ୍ଲାକ୍ଙ୍କ ଭର୍ଟିକାଲ ଗାର୍ଡେନରୁ ଅରୁସିଆକ ଏହି ଅଭିନବ ବଗିଚା କରିବାକୁ ପ୍ରେରଣା ପାଇଛନ୍ତି, ଯେଉଁଥିରେ ମାଟିର ଆବଶ୍ୟକତା ପଡି ନ ଥାଏ। ପୋଷାକ ତିଆରି କରିବା ପାଇଁ ସେ ଆର୍ଦ୍ରତାକୁ ଧରି ରଖିପାରୁଥିବା କପଡାକୁ ବାନିୟନ୍ର ଆକାର କଟାଇ ଥାଆନ୍ତି। ଆଉ ତା’ରି ଉପରେ ପନିପରିବା ଫଳ ଆଦି ଉତ୍ପାଦନ କରିଥାଆନ୍ତି। ଅରୁସିଆକ ଏ ପର୍ଯ୍ୟନ୍ତ କୋବି, ଗାଜର, ଷ୍ଟ୍ରବେରୀ ଭଳି ୨୨ରୁ ଅଧିକ ପ୍ରକାରର ପନିପରିବା ଉତ୍ପାଦନ କରିସାରିଲେଣି। ସେ କହନ୍ତି, ମୁଁ ଭାବିଲି ଯେବେ ମାଟିରୁ ଜଳୀୟ ଅଂଶ କମିଯିବ ଫସଲ କେମିତି ହେବ? ଏହାର ଉତ୍ତର ଖୋଜି ଖୋଜି ଶେଷରେ ଉକ୍ତ ପୋଷାକ ତିଆରି କରିବା କଥା ଭାବିଲି। ପୋଷାକରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଛି ଭବିଷ୍ୟତରେ ତାହାକୁ ବ୍ୟବହାର କରି ଚାଷ କରିହେବ। ତେବେ ଏହି ପୋଷାକରେ ଯେବେ ଫଳ, ପନିପରିବା ହୁଏ ପୋଷାକ ଓଜନିଆ ହୋଇଯାଏ। ଫଳରେ ଏହାକୁ ପିନ୍ଧିବା ମୁସ୍କିଲ ହୋଇଯାଏ।
ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍
ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...
ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍
ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...
Post Officeର ଜବରଦସ୍ତ ସ୍କିମ୍: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି
ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...
ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…
ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...
ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…
ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...
କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...
ଫ୍ରିଜ୍ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…
ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍ରେ...
୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ
ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...
Archives


