ଫ୍ୟାଶନେବଲ୍ ଲାଗିବା ପାଇଁ ଅନେକେ ବିଭିନ୍ନ ଅଜବ ପୋଷାକ ପିନ୍ଧି ଥାଆନ୍ତି। ଫ୍ୟାଶନ ଶୋ’ରେ ବି ମଡେଲଙ୍କୁ କପଡା ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷରେ ତିଆରି ଅଜବ ପୋଷାକ ପିନ୍ଧି ର଼୍ୟାମ୍ପରେ ଚାଲିବା ଦେଖିଥିବେ। ତେବେ ନିକଟରେ ଏମିତି ଏକ ପୋଷାକ ତିଆରି ହୋଇଛି, ଯାହା ସମ୍ପର୍କରେ ଜାଣିଲେ ଯେକେହି ଚକିତ ହୋଇଯିବେ। କାରଣ ଏ ହେଉଛି ପୃଥିବୀର ପ୍ରଥମ ପିନ୍ଧା ଯାଇପାରୁଥିବା ବଗିଚା। ଅର୍ଥାତ୍ ଏପରି ଏକ ବଗିଚା ତିଆରି କରାଯାଇଛି, ଯାହାକୁ ପୋଷାକ ପରି ପିନ୍ଧିହେବ। ଆମେରିକା, ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିଜାଇନର୍ ଅରୁସିଆକ୍ ଗେବ୍ରିୟଲନ୍ ଏହି ବଗିଚାକୁ ଡିଜାଇନ୍ କରିଛନ୍ତି। ଡିଜାଇନର୍ ଅରୁସିଆକ୍ ସବୁବେଳେ କହନ୍ତି ‘ଗ୍ରୋ ୟୋର୍ ଓନ୍ ଫୁଡ୍’। ଏହି ଆଧାରରେ ସେ ତିଆରି କରିଛନ୍ତି ପିନ୍ଧାଯାଇ ପାରୁଥିବା ଏହି ବଗିଚା। ତେବେ ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଯେଉଁ ଫଳମୂଳ ଉତ୍ପାଦିତ ହୁଏ ସେଥିରେ ନିଜ ମୂତ୍ରଦ୍ୱାରା ସିଞ୍ଚନ କରାଯାଏ। ଫ୍ରାନ୍ସର ଉଦ୍ଭିଦ ବିଜ୍ଞାନୀ ପ୍ୟାଟ୍ରିକ୍ ବ୍ଲାକ୍ଙ୍କ ଭର୍ଟିକାଲ ଗାର୍ଡେନରୁ ଅରୁସିଆକ ଏହି ଅଭିନବ ବଗିଚା କରିବାକୁ ପ୍ରେରଣା ପାଇଛନ୍ତି, ଯେଉଁଥିରେ ମାଟିର ଆବଶ୍ୟକତା ପଡି ନ ଥାଏ। ପୋଷାକ ତିଆରି କରିବା ପାଇଁ ସେ ଆର୍ଦ୍ରତାକୁ ଧରି ରଖିପାରୁଥିବା କପଡାକୁ ବାନିୟନ୍ର ଆକାର କଟାଇ ଥାଆନ୍ତି। ଆଉ ତା’ରି ଉପରେ ପନିପରିବା ଫଳ ଆଦି ଉତ୍ପାଦନ କରିଥାଆନ୍ତି। ଅରୁସିଆକ ଏ ପର୍ଯ୍ୟନ୍ତ କୋବି, ଗାଜର, ଷ୍ଟ୍ରବେରୀ ଭଳି ୨୨ରୁ ଅଧିକ ପ୍ରକାରର ପନିପରିବା ଉତ୍ପାଦନ କରିସାରିଲେଣି। ସେ କହନ୍ତି, ମୁଁ ଭାବିଲି ଯେବେ ମାଟିରୁ ଜଳୀୟ ଅଂଶ କମିଯିବ ଫସଲ କେମିତି ହେବ? ଏହାର ଉତ୍ତର ଖୋଜି ଖୋଜି ଶେଷରେ ଉକ୍ତ ପୋଷାକ ତିଆରି କରିବା କଥା ଭାବିଲି। ପୋଷାକରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଛି ଭବିଷ୍ୟତରେ ତାହାକୁ ବ୍ୟବହାର କରି ଚାଷ କରିହେବ। ତେବେ ଏହି ପୋଷାକରେ ଯେବେ ଫଳ, ପନିପରିବା ହୁଏ ପୋଷାକ ଓଜନିଆ ହୋଇଯାଏ। ଫଳରେ ଏହାକୁ ପିନ୍ଧିବା ମୁସ୍କିଲ ହୋଇଯାଏ।
ଆଜି ଚକୋଲେଟ୍ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ
ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍, ସିନେମା ହଲ୍ ଓ ବିଭିନ୍ନ ମଲ୍ରେ ଏବେ…
ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ
ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…
ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍ କ୍ଲିଅର କରିଥିଲି
ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…
ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ
ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍ ବି ଏଥିରୁ ବାଦ୍ ଯାଇ…
ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ
ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…
ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…
ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…
ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…
ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…
Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…
ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍ ଡେ’ ବା ଗୋଲାପ…
Archives

