ପିତା ହେଲେ ବୋରିସ୍‌ ଜନସନ୍‌

ଲଣ୍ଡନ,୨୯।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଗୁରୁବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପ୍ରେମିକା କାରି ସାଇମଣ୍ଡ୍‌ ଲଣ୍ଡନର ଏନ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। କିଛି ଦିନତଳେ ବୋରିସ୍‌ କରୋନା ସଂକ୍ରମଣ ଯୋଗୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। ଏବେ ଶିଶୁପୁତ୍ରର ଜନକ ହେବା ପରେ ଉଭୟ ବୋରିସ୍‌ ଏବଂ କାରି ବେଶ୍‌ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି।

Share