Categories: ଖେଳ

ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର ଆକାଉଣ୍ଟରେ ଏହି ଖୁସି ଖବର ଜଣାଇଛନ୍ତି। ସ୍ତ୍ରୀ ଶ୍ରଦ୍ଧା ଖାରପୁଡେଙ୍କ ସହ ଏକ ଫଟୋ ଶେୟାର କରି ସେ କହିଛନ୍ତି। ଫଟୋରେ ଶ୍ରଦ୍ଧା ଗର୍ଭବତୀ ଥିବା ଜଣାପଡିଛି। ପରେ ତାଙ୍କୁ ଅନେକ କ୍ରିକେଟର ଶୁଭକାମନା ଜଣାଇଛନ୍ତି। ୨୦୧୫ରେ ପିଲାଦିନର ବନ୍ଧୁ ଶ୍ରଦ୍ଧାଙ୍କୁ ବିବାହ କରିଥିଲେ ଧବଳ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଧବଳ ଭାରତ ପକ୍ଷରୁ ୧୨ଟି ମ୍ୟାଚ୍‌ ଖେଲି ୧୯ଟି ଉଇକେଟ୍‌ ହାସଲ କରିଛନ୍ତି। ସେହିପରି ୨ଟି ଟି-୨୦ ମ୍ୟାଚ୍‌ ଖେଳି ୩ଟି ଉଇକେଟ ନେଇଛନ୍ତି।

Share