Categories: ଖେଳ

ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ

ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ ପାଳି ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚଳିତ ବିଶ୍ୱକପରେ ବେୟାରଷ୍ଟୋଙ୍କ ଏହା ଲଗାତର ଦ୍ୱିତୀୟ ଶତକ। ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ବିଶ୍ୱକପରେ ସେ ଏହି କାରନାମା କରିଛନ୍ତି। ଖେଳ ଜଗତକୁ ଆସିବା ପୂର୍ବରୁ ବ୍ୟକ୍ତିଗତ ଜୀବନରେ ବେୟାରଷ୍ଟୋଙ୍କୁ ବେଶ୍‌ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ତାଙ୍କ ପିତା ଏବଂ ଭାଇ ମଧ୍ୟ କ୍ରିକେଟ ଖେଳାଳି ଥିଲେ। ବେୟାରଷ୍ଟୋଙ୍କ ପିତା ଡେଭିଡ ବେୟାରଷ୍ଟୋ ଇଂଲଣ୍ଡ କ୍ରିକେଟ ଦଳର ଓ୍ବିକେଟକିପର ଥିଲେ। ତାଙ୍କ ଭାଇ ଆଣ୍ଡି ବେୟାରଷ୍ଟୋ ମଧ୍ୟ ପ୍ରଥମଶ୍ରେଣୀ କ୍ରିକେଟ ଖେଳିଛନ୍ତି। ବେୟାରଷ୍ଟୋଙ୍କୁ ମାତ୍ର ୮ ବର୍ଷ ହୋଇଥିଲାବେଳେ ତାଙ୍କ ବିତାଙ୍କୁ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିଲେ। ସେଦିନଠାରୁ ସେ ଇଂଲଣ୍ଡ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲେ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ ବି କରିବାକୁ ପଡିଥିଲେ। ଶେଷରେ ସେ ସଫଳ ହୋଇଥିଲେ।

Share