Categories: ଜାତୀୟ

ପିତାଙ୍କ ସହ ଦେଖା କରିବାକୁ ରାଞ୍ଚି ପହଞ୍ଚିଲେ ତେଜ ପ୍ରତାପ

ପାଟନା,୨୨।୬: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ରାଞ୍ଚି ପହଞ୍ଚିଛନ୍ତି ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ। ରାଜେନ୍ଦ୍ର ଆୟୁର୍ବେଦୀୟ ସଂସ୍ଥାନରେ ଲାଲୁଙ୍କର ଚିକିତ୍ସା ଚାଲିଥିବା ବେଳେ ତେଜ ପ୍ରତାପ ସେଠାରେ ବାପାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନ ପରେ ଲାଲୁଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇ ଯାଇଥିଲା। ଏମିତିକି ସେ ଦିନର ଖାଇବା ମଧ୍ୟ ଖାଉ ନ ଥିଲେ। ଏବେ କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

Share