Categories: ଖେଳ

ପିତାଙ୍କ ମୃତ୍ୟୁ ପରେ ମା’ ବସ୍‌ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍‌ ଏସିଆ କପ୍‌ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍‌ ହୋଇଛନ୍ତି ଜଣେ ବସ୍‌ କଣ୍ଡକ୍ଟରଙ୍କ ପୁଅ ଅଥର୍ବ ଆଙ୍କୋଲେକର। ୨୦୧୦ରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ପରିବାର ପୋଷିବା ପାଇଁ ମା’ ମୁମ୍ବାଇରେ ଜଣେ ବସ୍‌ କଣ୍ଡକ୍ଟର ଭାବେ କାମ କରିବା ଆରମ୍ଭ କରିଥିଲେ। କ୍ରିକେଟ୍‌ ପ୍ରତି ଅଥର୍ବଙ୍କ ରୁଚି ଦେଖି ମା’ ତାଙ୍କୁ ଟ୍ରେନିଂ ପଠାଇଥିଲେ। ମୁମ୍ବାଇର ରିଜଓ୍ବି କଲେଜରେ ପଢୁଥିବା ଅଥର୍ବ ବାମହାତୀ ସ୍ପିନର ଭାବେ ଖେଳନ୍ତି। ଭାରତୀୟ ଦଳରେ ସ୍ଥାନ ମିଳିବା ପରେ ୪୦ ହଜାରରୁ ଊର୍ଦ୍ଧ୍ୱ ଶୁଭେଚ୍ଛାର ବାର୍ତ୍ତା ତାଙ୍କ ପାଖକୁ ଆସିଛି। ସୂଚନାଯୋଗ୍ୟ, ୯ ବର୍ଷ ପୂର୍ବେ ଏକ ଅଭ୍ୟାସ ମ୍ୟାଚ୍‌ରେ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିଥିଲେ।

Share