ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ ଦୁନିଆର ରୋମାଣ୍ଟିକ୍‌ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର ଏକ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫଟୋ ସହ ରିଦ୍ଧିମା ଲେଖିଛନ୍ତି, ମେ ଆପ୍‌ ସେ ପ୍ୟାର କରତି ହୁଁ। ଆଉ ହାସ୍‌ ଟ୍ୟାଗ୍‌ ଦେଇ ଲେଖିଛନ୍ତି, ମାଇ ଡାଡି ଷ୍ଟ୍ରଙ୍ଗେଷ୍ଟ। ରିଦ୍ଧିମାଙ୍କ ଦ୍ୱାରା କୋଲାଜ କରାଯାଇଥିବା ଏହି ଫଟୋଟିକୁ ସେ ରିଷିଙ୍କ ଜନ୍ମଦିନ ପୂର୍ବ ସନ୍ଧ୍ୟାରେ ଶେୟାର କରିଛନ୍ତି। ଏବେ ରିଷି କପୁର ଲଣ୍ଡନରେ ନିଜର ଚିକତ୍ସା କରାଉଥିବା ବେଳେ ସେ ଖଉବ୍‌ ଶୀଘ୍ର ଭାରତ ଫେରିବେ ବୋଲି କୁହାଯାଉଛି।

Share