Categories: ଜାତୀୟ

ପିତାଙ୍କ ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ଜଗନ ମୋହନ

ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ଅମରାବତୀଠାରେ ଥିବା ସଚିବାୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ପ୍ରଥମେ ସେ ସଚିବାଳୟରେ ପହଞ୍ଚିବା ପରେ ସେଠାରେ ଥିବା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସଚିବାଳୟରେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ। ଏହାସହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ତଥା ତାଙ୍କ ପିତା ସ୍ବର୍ଗତଃ ଓ୍ବାଇଏସ୍‌ ରାଜଶେଖର ରେଡ୍ଡିଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ଜଗନ ମୋହନଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ବିପୁଳ ବିଜୟ ସହ ମୋଟ ୧୭୫ ଆସନରୁ ୧୫୧ ଆସନ ଅକ୍ତିୟାର କରିଛି।

Share