Categories: ଜାତୀୟ

ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ଯୋଗୀ

ଲକ୍ଷ୍ନୌ,୨୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ ବୋଲି ଏକ ପତ୍ରଲେଖି ଜଣାଇଛନ୍ତି। ଦେଶରେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ଫଳରେ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ତେବେ ପରିବାରର ଅନ୍ୟ ସଦସ୍ୟମାନେ ଲକ୍‌ଡାଉନ ନିୟମକୁ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଅନୁରୋଧ କରିଛନ୍ତି।

Share