Categories: ଜାତୀୟ

ପିତାଙ୍କୁ ବିଦାୟ ଦେଲେ ଦୁଇ କୁନି ପୁଅ

ନୂଆଦିଲ୍ଲୀ,୧୯।୬: ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନଙ୍କୁ ନିଜ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ଶହୀଦଙ୍କ ମଧ୍ୟରେ କର୍ନେଲ ସନ୍ତୋଷ ବାବୁଙ୍କ ଏବଂ ହାବିଲଦାର ସୁନୀଲ କୁମାରଙ୍କ କୁନି ପୁଅ ପିତାଙ୍କୁ ଶେଷ ବିଦାୟ ଦେଉଥିବା ଫଟୋ ଭାଇରାଲ ହୋଇଛି। ସନ୍ତୋଷ ବାବୁଙ୍କୁ ବିଦାୟ ଦେଉଥିବାବେଳେ ତାଙ୍କ ପରିବାରବର୍ଗ ସାଲ୍ୟୁଟ୍‌ ମାରିଥିଲେ। ତାଙ୍କ ପୁଅ କିଛି ବୁଝିପାରୁ ନ ଥିଲେ ମଧ୍ୟ ସମସ୍ତଙ୍କ ସହ ମିଶି ପିତାଙ୍କୁ ସାଲ୍ୟୁଟ କରିଥିଲେ। ଏହାଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ସେହିପରି ସୁନୀଲ କୁମାରଙ୍କୁ ପୁଅ ପିତାଙ୍କୁ ମୁଖାଗ୍ନି ଦେବାବେଳେ ଉପସ୍ଥିତ ଶହ ଶହ ଲୋକଙ୍କ ଆଖିରେ ଅଶ୍ରୁ ଥିଲା। ସମସ୍ତେ ‘ଶହୀଦ୍‌ ସୁନୀଲ କୁମାର ଅମର୍‌ ରହେ’ ନାରା ଲଗାଇଥିଲେ।

Share